
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲିଠାରେ ଜେଏମଏଫସି କୋର୍ଟ ଉଦଘାଟିତ ହୋଇଯାଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ.ଏସ୍. ମୁରଲୀଧର ମୁଖ୍ୟ ଅତିଥି ଭାବେ ଭରଚ୍ୟୁଆଲ ମାଧ୍ୟମରେ ଏହି କୋର୍ଟକୁ ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଚାରପତି ଏସ. କେ ପାଣିଗ୍ରାହୀ, ଜିଲ୍ଲା ଜଜ୍ ରେଖା ପ୍ରସାଦ, ବାର ଆସୋସିଏସନ ସଭାପତି ପ୍ରଭାକର ପ୍ରଧାନ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ମାଥିଲି ଠାରେ ଦୀର୍ଘଦିନ ଧରି କୋର୍ଟ ଖୋଲିବା ନେଇ ଦାବି ହୋଇ ଆସୁଥିଲା। ତେବେ ଏହା ଦ୍ବାରା ସ୍ଥାନୀୟ ଅଂଚଳରେ ଖୁବଶୀଘ୍ର ଲୋକଙ୍କ ସମାଧାନ ହୋଇପାରିବ ବୋଲି କୁହାଯାଇଛି।
The post ମାଥିଲିରେ ଜେଏମଏଫସି କୋର୍ଟ ଉଦଘାଟିତ first appeared on Sambad.from ଜିଲ୍ଲା | Sambad https://ift.tt/3B6j6ea
0 Comments