
ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼- ସଇନ୍ତଳା ରାସ୍ତାର ଶଗଡ଼ଘାଟ ନିକଟରେ ବୁଧବାର ସନ୍ଧ୍ୟାରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ସଇନ୍ତଳା ଥାନା ବଡ଼ମାଳର ମାଧବ ମାଝୀ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିବା ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ପ୍ରକାଶ ଯେ, ଶଗଡ଼ଘାଟ ଗାଁ ନିକଟରେ ମାଧବ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପଡ଼ିଥିବା ସୂଚନା ମିଳିଥିଲା। ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାଧବ ଭାରସାମ୍ୟ ହରାଇ ବାଇକ୍ରୁ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ନା କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର୍ ମାରିଛି ତାହା ଏଯାଏ ସ୍ପଷ୍ଟ ହୋଇ ପାରି ନାହିଁ।
The post ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/2WRBVmC
0 Comments