
ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ଆଜି ଅପରାହ୍ନର ସ୍ଥାନୀୟ ଟଙ୍କପାଣି ବ୍ରିଜ ନିକଟରୁ ଏକ ଯାତ୍ରୀବାହୀ ଅଟୋ ଜବତ କରିବା ସହ ସେଥିରୁ ୮୨ ଲିଟର ବିଦେଶୀ ମଦ ଜବତ କରିଛି। ଏଥିସହିତ ଚୋରାମଦ ବିକ୍ରି ଅଭିଯୋଗରେ ଦୁଇଜଣ ଚୋରାମଦ ବେପାରୀଙ୍କୁ ଗିରଫ କରିଛି। ଚୋରାମଦ ବେପାରୀ ଦ୍ବୟ ହେଲେ ବାଳକାଟି ଫାଣ୍ଡି ଅଧୀନ ରଥିଜେମା ଗ୍ରାମର ନିରଞ୍ଜନ ମହାରଣା ଓ କେଉଁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଧୀନ ଶାଳବେଡ଼ା ଗ୍ରାମର ଦିବ୍ୟରଞ୍ଜନ ଘଡ଼େଇ। ତେବେ ଏହି ଚୋରାମଦ ବିକ୍ରି ମାମଲାରେ ସଂପୃକ୍ତ ଅନ୍ୟଜଣେ ବେପାରୀ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣେ ପୁଲିସ କର୍ମଚାରୀ କହିଛନ୍ତି । ଆସନ୍ତା କାଲି ନିରଞ୍ଜନ ଓ ଦିବ୍ୟରଞ୍ଜନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ସୂଚନା ମୁତାବକ ଉଭୟ ନିରଞ୍ଜନ ଓ ଦିବ୍ୟରଞ୍ଜନ ଦୀର୍ଘବର୍ଷ ଧରି ବାଳକାଟି ଫାଣ୍ଡି ଅଞ୍ଚଳରେ ଚୋରାମଦ କାରବାର ଚଳାଇଥିଲେ। ଆଜି ଅପରାହ୍ନରେ ଦୁହେଁ ଟଙ୍କପାଣିରୋଡ଼ ସ୍ଥିତ ସରକାରୀ ମଦ ଦୋକାନରୁ ଅଟୋରେ ମଦ ନେଇ ଆସୁଥିବା ବେଳେ ପୁଲିସ ଅତର୍କିତ ଚଢ଼ଉ କରି କାବୁ କରି ନେଇଥିଲା।
The post ଅଟୋ ସମେତ ୮୨ ଲିଟର ମଦ ଜବତ, ଦୁଇ ଚୋରାମଦ ବେପାରୀ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3oXVpkW
0 Comments