
ବାଲିଅନ୍ତା: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଆଜି ଅପରାହ୍ନରେ ଜୟଦେବ ନିର୍ବାଚନମଣ୍ଡଳୀ ବିଜେପି ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅଭିଯୁକ୍ତ ମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ କରାଯାଇଛି। ଏନେଇ ସଂଗଠନର ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ବାଳକାଟି ସ୍ଥିତ ପ୍ରଭୁ ମଦନମୋହନ ମନ୍ଦିର ନିକଟରୁ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ଼ ଧରି ଏକ ଶୋଭାଯାତ୍ରାରେ ବାହାରି ପୁରୁଣା ଫାଣ୍ଡି ଛକ ନିକଟରେ ପହଞ୍ଚିଥିଲେ। ସେଠାରେ ଏହି କୁତ୍ସିତ ହତ୍ୟାକାଣ୍ଡ ପ୍ରସଙ୍ଗରେ ସମବେତ ବିଜେପି ନେତୃବୃନ୍ଦ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ଉକ୍ତ ହତ୍ୟାକାଣ୍ଡର ନିରପେକ୍ଷ ସିବିଆଇ ତଦନ୍ତ ଦାବି କରିବା ସହ ସଂପୃକ୍ତ ଅଭିଯୁକ୍ତ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
ଏଥିସହିତ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ। ବିଜେପି ରାଜ୍ୟ କାରିଣୀ ସଦସ୍ୟ ସୁବାଷ ଜେନା ବିକ୍ଷୋଭ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧେଶ୍ବର ନାଥ, ଶିବ ମଲ୍ଲିକ, ବିଜୟ ମହାରଣା, ବସନ୍ତ କୁମାର ନାୟକ, ଲକ୍ଷ୍ମୀପ୍ରିୟା ମଲ୍ଲିକ ଓ ମାଗୁଣି ଚରଣ ସେଠୀଙ୍କ ସମେତ ଉଭୟ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ସଂଗଠନର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।
The post ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପିର ବିକ୍ଷୋଭ first appeared on Sambad.from ଜିଲ୍ଲା | Sambad https://ift.tt/3E9yo2O
0 Comments