ସିଙ୍ଗଡ଼ା:ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ସ୍ଵତନ୍ତ୍ର ସଚିବ ତଥା ନିର୍ଦ୍ଦେଶକ ( ଥଇଥାନ ଓ ପୁନର୍ବାସ) ରାଜେନ୍ଦ୍ର କୁମାର ପଟ୍ଟନାୟକ ଦେଓ ଜଳସେଚନ ପ୍ରକଳ୍ପର ଥଇଥାନ ଓ ପୁନର୍ବାସ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ସମୀକ୍ଷା ପାଇଁ ୨ ଦିନିଆ ଗସ୍ତରେ କରଞ୍ଜିଆ ଆସିଥିଲେ । ତାଙ୍କ ସାଙ୍ଗରେ ଉପ ନିର୍ଦ୍ଦେଶକ ତଥା ଅନୁଶାସନ ସଚିବ ସତ୍ୟଜିତ ସାହୁ ଓ ଆଇ ପି ଡି ପି ଅଧିକାରିଣୀ ସୋନାଲି ଶୁଭଦର୍ଶିନୀ ମଧ୍ୟ ଆସିଥିଲେ । ୨୮ ତାରିଖ ଦିନ ବୁଡି ଅଞ୍ଚଳର ପୁରୁଣା ପାଣି, ସାନ ବାରାକାମୁଡ଼ା,ବଡ଼ ବାରାକାମୁଡ଼ା, କଦଳୀବାଡି ଓ ରାଣିଭୋଳ ଗ୍ରାମକୁ ଯାଇ ନିର୍ମାଣାଧୀନ ପଞ୍ଚାୟତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ, ବିକଳ୍ପ ରାସ୍ତା ଓ ଝୁଲା ଲୈାହସେତୁ ସ୍ଥଳକୁ ଯାଇ କାର୍ଯ୍ୟର ତଦାରଖ କଲେ । ଫେରିବା ବେଳେ ହାତିବାରୀ ଗ୍ରାମର ଲକ୍ଷ୍ମୀ ମଣ୍ଡପ ଠାରେ ସ୍ଥାନୀୟ ବିସ୍ଥାପିତ ପରିବାର ମାନଙ୍କ ସହ ବୈଠକରେ ତାଙ୍କର ପୁନର୍ବାସ ପରର ସ୍ଥିତି ଓ ଅନ୍ୟ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଲେ ଓ ଅଭିଯୋଗ ଶୁଣାଣୀ କଲେ । ପରେ ସ୍ଥାନୀୟ ପୁନର୍ବାସ କଲୋନୀରେ ମନ୍ଦି ନାଏକ ଓ ପାଖ ପରିବାର ମାନଙ୍କ ନୂତନ ବାସଗୃହ ବୁଲି ଦେଖିଲେ । ଶେଷରେ ପାଟୁଳିଡିହି ପୁନର୍ବାସ କଲୋନୀ ଯାଇ ସେଠାକାର ବିସ୍ଥାପିତ ପରିବାର ମାନଙ୍କ ସ୍ଥିତି ବିଷୟରେ ପଚାରି ବୁଝିବା ସହ ମାଗଣା ରନ୍ଧାଖାଦ୍ୟ ରୋଷେଇଶାଳ ରେ ଚାଉଳ, ଡାଲି ଓ ଅନ୍ୟାନ୍ୟ ଦ୍ରବ୍ୟର ଗୁଣବତ୍ତା ପରଖି ଦେଖିଲେ ଓ ପ୍ରସ୍ତୁତ ଖାଦ୍ୟର ସ୍ଵାଦ ଚାଖିଥିଲେ ।

ସେଇଭଳି ୨୯ ତାରିଖ ଦିନ ବାଟପଳସା ଗ୍ରାମରେ ନିର୍ମାଣାଧୀନ ପୁନର୍ବାସ କଲୋନିକୁ ଯାଇ ସେଠାରେ ରହୁଥିବା ବିସ୍ଥାପିତ ପରିବାର ମାନଙ୍କ ସ୍ଥିତି ପଚାରି ବୁଝିବା ସହ ତାଙ୍କର ଅଭିଯୋଗ ଶୁଣାଣୀ କରିଥିଲେ।ତାପରେ ଦେଓ ନଦୀବନ୍ଧ ଯାଇ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖି ପାଖରେ ଥିବା ପାଉଦିଆ ପୁନର୍ବାସ କଲୋନୀ ଯାଇ ବିସ୍ଥାପିତ ପରିବାର ମାନଙ୍କ ସ୍ଥିତି ଓ ଅନ୍ୟ ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ।ସେଠାରୁ ବଡ଼ ରାମଚନ୍ଦ୍ରପୁର ଯାଇ ନିର୍ମାଣାଧୀନ ପୁନର୍ବାସ କଲୋନୀର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ରଙ୍ଗାମାଟିଆ ଯାଇ ଦେଓ ନଦୀରେ ନିର୍ମାଣ ହେବାକୁ ଥିବା ଝୁଲା ଲୌହସେତୁ ସ୍ଥଳ ବୁଲି ଦେଖି କରଞ୍ଜିଆ ଫେରିଥିଲେ।ସ୍ଵତନ୍ତ୍ର ସଚିବ ତଥା ନିର୍ଦ୍ଦେଶକଙ୍କ ଭ୍ରମଣ ବେଳେ ଦେଓ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ,ଦୁଇ ଅଧିକ୍ଷଣ ଯନ୍ତ୍ରୀ,ସ୍ଵତନ୍ତ୍ର ଭୁଅର୍ଜନ ଅଧିକାରୀ,ଜୋନ୍ ଅଧିକାରୀ,ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ ।

The post ଦୁଇ ଦିନିଆ ହାତୀବାରି ଜଳସେଚନ ପ୍ରକଳ୍ପ ଗସ୍ତରେ ଜଳସମ୍ପଦ ବିଭାଗ ସ୍ବତନ୍ତ୍ର ସଚିବ first appeared on Sambad.

from ଜିଲ୍ଲା | Sambad https://ift.tt/3mwi6eF