
ସୁନ୍ଦରଗଡ଼: ଜିଲ୍ଲାରେ ବହୁ ଖଣି, କଳାକାରଖାନା ଅଛି। କିନ୍ତୁ ସେସବୁ ସ୍ଥାନରେ ବାହାର ରାଜ୍ୟ ଓ ଜିଲ୍ଲାର ଠିକା ସଂସ୍ଥା ଜରିଆରେ ନିଯୁକ୍ତି ଦିଆଯାଉଛି। ଏସ୍ଥିତିରେ ଠିକା ସଂସ୍ଥା ନିଯୁକ୍ତିରେ ସ୍ଥାନୀୟ ଶିକ୍ଷିତ ଯୁବବର୍ଗଙ୍କୁ ଉପେକ୍ଷା କରୁଛି। ଫଳରେ ନିଯୁକ୍ତିର ସମସ୍ତ ସାଧନ ଥିବା ସତ୍ତ୍ବେ ଜିଲ୍ଲାର ଯୋଗ୍ୟତା ସମ୍ପନ୍ନ ଯୁବକ ଯୁବତୀ ବେକାର ହୋଇ ବୁଲୁଛନ୍ତି। ଅନ୍ୟପଟେ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଠିକା ନିଯୁକ୍ତି ଦିଆଯାଉଥିବା ଓ ୬ ବର୍ଷ ପରେ ସ୍ଥାୟୀର ନିୟମ ସତ୍ତ୍ବେ ତାହା କରାଯାଉ ନଥିବାରୁ ଯୁବବର୍ଗଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି। ଏପରି ଅନେକ ଅଭିଯୋଗ ନେଇ ସୋମବାର ସୁନ୍ଦରଗଡ଼ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଘେରି ପ୍ରତିବାଦ ଜଣାଇଛନ୍ତି।
ଏହି ଅବସରରେ ଏକ ଦାବିପତ୍ର ଦେଇ ସୁନ୍ଦରଗଡ଼ ଜିଲ୍ଲାର ଖଣି, କଳକାରଖାନା ଓ ସରକାରୀ କାର୍ଯ୍ୟାଳୟରେ ନିୟମ ଅନୁଯାୟୀ ନିଯୁକ୍ତିରେ ସ୍ଥାନୀୟ ଯୁବକଯୁବତୀଙ୍କୁ ପ୍ରାଧାନ୍ୟ ଦେବାକୁ ଦାବି କରାଯାଇଛି। ବିଶେଷ କରି ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଓ ଉଚ୍ଚ ନ୍ୟାୟାଳୟଙ୍କ ତାଗିଦକ୍ରମେ ୬ ବର୍ଷ ଠିକା ନିଯୁକ୍ତି ପାଇଥିବା ପିଲାଙ୍କୁ ଚାକିରିକୁ ସ୍ଥାୟୀ କରିବା କଥା। କିନ୍ତୁ ଅସମୟରେ ତାଙ୍କୁ ବାହାର କରି ସେମାନଙ୍କୁ ସ୍ଥାୟୀ ନିଯୁକ୍ତିରୁ ବଞ୍ଚିତ କରାଯାଉଥିବା ବିଜେପି ଅଭିଯୋଗ କରିଛି। ସୁନ୍ଦରଗଡ଼ ଡାକ୍ତରଖାନା, ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ପ୍ରତ୍ୟୁଷ ଓ କାମ୍ପ ଠିକା ସଂସ୍ଥାରେ ଏପରି ସ୍ଥାନୀୟ ନିଯୁକ୍ତକୁ ଉପେକ୍ଷା କରାଯାଇଛି।
ଏହା ଛଡ଼ା ଏନଟିପିସି, ଏମସିଏଲରେ ମଧ୍ୟ ଅଣଓଡ଼ିଆଙ୍କ ନିଯୁକ୍ତି ବଢ଼ି ଚାଲିଛି। ଏଥିରେ ସୁଧାର ଆଣିବାକୁ ବିଜେପି ପ୍ରତିନିଧି ଦଳ ଦାବି କରିଛନ୍ତି। ନଗର ମଣ୍ଡଳ ସଭାପତି ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଯଶୋବନ୍ତ ନାଏକ, ଜିଲ୍ଲା ପରିଷଦ ସଭ୍ୟ ତଥା ଭାଜପା ସାଧାରଣ ସମ୍ପାଦକ ସୁଖ ଲାଲ ମୁଣ୍ଡା, ଯୁବ ନେତା ତଥା ପୂର୍ବତନ କାଉନସିଲର ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ, ବୈକୁଣ୍ଠ ବନଛୁର, ସୁନୀଳ ମହାନନ୍ଦ, ରାଜୁ ଭଟ୍ଟାଚାର୍ଯ୍ୟ, ରଞ୍ଜିତ ବୁଡ଼ା, ମହେଶ ତନ୍ତୀ, ଅଶୋକ ସଂକ୍ରିଆ, ଇଞ୍ଜିନିୟରକିଶୋର ମହାନନ୍ଦିଆ, ରାଜ କିଶୋର ମହାନନ୍ଦିଆ, ସୁଜିତ୍ ଟପ୍ପୋ, ଆଶିଷ ପ୍ରମୁଖ ଉପସ୍ଥିତ ଥିଲେ ।
The post ଖଣି, କଳାକାରଖାନା ଅଛି; ନିଯୁକ୍ତି କାହିଁ ! first appeared on Sambad.from ଜିଲ୍ଲା | Sambad https://ift.tt/3D5P62C
0 Comments