ନିରାକାରପୁର : ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସରକାର ପ୍ରତି ପଞ୍ଚାୟତକୁ ବାର୍ଷିକ କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ହେଲେ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏହା କାର୍ଯକ୍ଷମ ହୋଇପାରୁନାହିଁ। ଫଳରେ ସାଧାରଣ ଲୋକେ ଗମନାଗମନରେ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲିପାଟପୁର ଏବଂ ଭୁଷଣ୍ତପୁର ପଞ୍ଚାୟତବାସୀଙ୍କ କ୍ଷେତ୍ରରେ।

ସୂଚନାଯୋଗ୍ୟ, ସ୍ଥାନୀୟ ଦୋଳପଡିଆ ଦେଇ ପଞ୍ଚାୟତର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏକମାତ୍ର ଭରସାଯୋଗ୍ୟ ରାସ୍ତାକଡ଼ରେ ଡ୍ରେନ୍‌ ନଥିବା ଯୋଗୁ ରାସ୍ତାଟି ଏବେ ଅଗମ୍ୟ ହୋଇପଡିଛି। ସାଧାରଣ ବର୍ଷାହେଲେ ଆଂଣ୍ଠୁଏ ପାଣି ଜମିରହୁଛି। ସାଇକେଲ, ବାଇକ୍‌ରେ ଯିବା ଦୂରେ ଥାଉ ଚାଲିକରି ଯିବା କଷ୍ଟକର ହୋଇପଡୁଛି। ଦୀର୍ଘଦିନର ନିର୍ମାଣାଧୀନ ଡ୍ରେନ୍‌ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଗଲାଣି। ଫଳରେ ୨ପଞ୍ଚାୟତବାସୀଙ୍କ ପାଇଁ ଏବେ ଏହି ରାସ୍ତାରେ ଗମନାଗମନ ମୁସ୍କିଲ ହୋଇପଡିଛି। ଦୀର୍ଘଦିନଧରି ଏଠାରେ ବର୍ଷାଜଳ ଜମାହୋଇ ରହୁଥିବାରୁ ହାଟ ବଜାରର ମଇଳା ଆବର୍ଜନା ପଶି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି।

The post ଡ୍ରେନ୍ ନଥିବାରୁ ୨ ପଞ୍ଚାୟତବାସୀ ହିନସ୍ତା, ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ରାସ୍ତାରେ ଜମିରହୁଛି first appeared on Sambad.

from ଜିଲ୍ଲା | Sambad https://ift.tt/2YQ3YmX