କଂଟାବାଞ୍ଜି : ମୃତ ମମିତା ମେହେରଙ୍କ ଘର ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ଝରଣୀ ଗାଁକୁ ଗୁରୁବାର ପିସିସି ସଭାପତି ନିରଞ୍ଜନ ପଟ୍ଟାନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ମହିଳା କଂଗ୍ରେସ ପ୍ରତିନିଧିମାନେ ପହଞ୍ଚିଛନ୍ତି। ରାଜ୍ୟ କଂଗ୍ରେସ ମହିଳା ଦଳର ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ସମେତ ୫ଜଣିଆ ଟିମ୍ ଝରଣୀ ଗାଁରେ ପହଞ୍ଚିଥିଲେ। ପୀଡ଼ିତ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏ ନେଇ ଶ୍ରୀମତୀ ପରିଡ଼ାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ଘଟଣାକୁ ରାଜ୍ୟ ସରାକାର ଚପାଇ ଦେଇଥାନ୍ତେ। କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ସ୍ୱର ଉତ୍ତୋଳନ କରିବା ପରେ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଯାଇଥିଲେ। ତା ପରେ ତଦନ୍ତ ପାଇଁ ତତ୍ପରତା ପ୍ରକାଶ କରିଥିଲେ। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି କଥା ଉଠୁଥିବାରୁ ତାଙ୍କୁ ମଧ୍ୟ ଦଣ୍ଡ ମିଳିବା କଥା ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ବୋଲି ସେ କହିଥିଲେ।

The post ଝରଣୀ ଗାଁରେ ପହଞ୍ଚିଲା ରାଜ୍ୟ ମହିଳା କଂଗ୍ରେସ ଦଳ first appeared on Sambad.

from ଜିଲ୍ଲା | Sambad https://ift.tt/3vwUXvk