ଦୁର୍ନୀତି ପ୍ରତିବାଦରେ ସମିତିସଭ୍ୟଙ୍କ ଅନଶନ

ଦଶରଥପୁର : ଦଶରଥପୁର ବ୍ଲକ କମାରଡିହି ପଞ୍ଚାୟତରେ ମନରେଗା, ସିଏଫ୍‌ସି, ଏସ୍‌.ଏଫ୍‌.ସି.ରେ ଚାଲୁଥିବା ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି। ବିନା ପଲ୍ଲୀସଭାରେ ବହୁ ସରକାରୀ ଯୋଜନାକୁ ହଡ଼ପ କରାଯାଇଛି। ଏହିସବୁ ଅନିୟମିତତାର ତଦନ୍ତ ଦାବିରେ କମାରଡିହି ସମିତିସଭ୍ୟ ମଳୟ ପଣ୍ଡା ନିଜ ସମର୍ଥକଙ୍କୁ ସାଙ୍ଗରେ ନେଇ ସୋମବାର ପୂର୍ବାହ୍ନ ୧୦ଟାରୁ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଅହୋରାତ୍ର ଆମରଣ ଅନଶନରେ ବସିଛନ୍ତି। ସେ ପୂର୍ବରୁ ଏକାଧିକବାର ବିଡିଓ, ପ୍ରକଳ୍ପ ନିର୍ଦେଶକ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ସେ ଅନଶନ ଆରମ୍ଭ କରିଛନ୍ତି। ଦାବି ପୂରଣ ନହେବାଯାଏ ସେ ଅନଶନରୁ ଓହରିବେ ନାହିଁ ବୋଲି ଅଡ଼ି ବସିଛନ୍ତି।

ଏ ବିଷୟରେ କମାରଡିହି ସରପଞ୍ଚ ସ୍ମିତାରାଣୀ ବିଶ୍ୱାଳଙ୍କ କହିବା କଥା ଯେ ପଞ୍ଚାୟତରେ ସବୁକିଛି ସରକାରୀ ନିର୍ଦେଶାବଳୀ ଅନୁସାରେ ନିୟମ ପାଳନ କରି କରାଯାଇଛି। ସମିତିସଭ୍ୟ ଶ୍ରୀ ପଣ୍ଡା ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ନିନ୍ଦିତ କରିବା ଉଦ୍ଦେଶ୍ୟରେ ବାରମ୍ବାର ଏଭଳି ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ଅନଶନରୁ ଓହରି ଉନ୍ନୟନମୂଳକ କାର୍ଯ୍ୟରେ ସାମିଲ ହେବାକୁ ସେ ଆହ୍ବାନ ଜଣାଇଛନ୍ତି।

The post ଦୁର୍ନୀତି ପ୍ରତିବାଦରେ ସମିତିସଭ୍ୟଙ୍କ ଅନଶନ first appeared on Sambad.

from ଜିଲ୍ଲା | Sambad https://ift.tt/3EuQtJ9

Post a Comment

0 Comments