
ସିକୋ: ଖୋର୍ଦ୍ଧା ସିକୋ ନିକଟ ବୋତଳମା ବେଆଇନ ବାଲି ଚାଲାଣ କରୁଥିବାବେଳେ ଦୁଇଟି ବାଲି ବୋଝେଇ ହାଇୱାକୁ ରାଜସ୍ୱ ବିଭାଗ ଟିମ୍ ଜବତ କରି ଜରିମାନା ଆଦାୟ କରିଛି । ଗତକାଲି ସକାଳେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ କ୍ୟାମ୍ପ କୋର୍ଟ ଚାଲିଥିଲା । ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ ଓ ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର ଏକ ଜାଗା ଜବରଦଖଲକାରୀଙ୍କ ଠାରୁ ଜରିମାନା ଆଦାୟ କରି ଫେରୁଥିଲେ ।
ଏହି ସମୟରେ ବୋତଳମା ନିକଟରେ ଦୁଇଟି ବାଲିବୋଝେଇ ହାଇୱା ସେମାନଙ୍କୁ ଦେଖି ଟ୍ରକ ଚାଳକ ଟ୍ରକ ସହ ଫେରାର୍ ହେବାକୁ ଚେଷ୍ଟା କରିଥିଲେ । ଶେଷରେ ଗାଁ ଭିତରେ ଟ୍ରକ୍ ଦୁଇଟିକୁ ଥୋଇ ସେଠାରୁ ଚମ୍ପଟ ମାରିଥିଲେ । ଏହାପରେ ଅତିରିକ୍ତ ତହସିଲଦାର ଉକ୍ତ ହାଇୱା ଦୁଇଟିକୁ ଜବତ କରିନେଇଯାଇଥିଲେ । ଯାଂଚରେ ଉଭୟ ହାଇୱାଗୁଡ଼ିକର ପଂଜୀକରଣ ଓ ପରିବହନ ସଂପର୍କୀତ ନଥିପତ୍ର ନଥିବା ଜଣାଯାଇଛି ।
The post ବେଆଇନ ବାଲି ଚାଲାଣ, ହାଇୱା ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3pis2di
0 Comments