
ରାଉରକେଲା : ଗୁଣାତ୍ମକ ଶିକ୍ଷା ଅଭାବରୁ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ସର୍ବଦା ପଛରେ ରହୁଛନ୍ତି। ପ୍ରତ୍ୟେକ ଥର ମାଟ୍ରିକ ପରୀକ୍ଷାର ପ୍ରକାଶିତ ଫଳ ଏହା ପ୍ରମାଣିତ କରୁଛି। ସ୍କୁଲର କିପରି ଗୁଣାତ୍ମକ ଶିକ୍ଷା ବଢ଼ିବ, ଛାତ୍ରଛାତ୍ରୀ ଭଲ ମାର୍କ ରଖି ପାସ୍ କରିବେ ସରକାରଙ୍କୁ ସେ ଚିନ୍ତା ନାହିଁ। ଆବଶ୍ୟକ ଭଲ ଶିକ୍ଷକଶିୟିତ୍ରୀ ପଦବୀ ପୂରଣ ନ କରି ‘ ମୋ ସ୍କୁଲ ଅଭିଯାନ’ ନାଁରେ ଚାଲିଛି ଭିତ୍ତିଭୂମି ବିକାଶ। ଭିତ୍ତିଭୂମି ବିକାଶ ହେଉ, କିନ୍ତୁ ସେହି ଅନୁପାତରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ଏହା ହେଉ ନାହିଁ। ୮ମରୁ ୧୦ମ ଶ୍ରେଣୀର ସ୍ଥିତି ଆହୁରି ସଙ୍ଗୀନ। ଶିକ୍ଷକଶିକ୍ଷକୟତ୍ରୀ ପଦବୀ ପୂରଣ କରିବା ପରିବେର୍ତ୍ତ ଚାଲିଛି ସ୍କୁଲର ଭିତ୍ତିଭୂମିର ବିକାଶ। ଜିଲ୍ଳାର ପ୍ରଥମ ପର୍ଯ୍ୟାୟରେ ୫୦ଟି ସ୍କୁଲ ଭିତ୍ତିଭୂମି ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଅନେକ ସ୍କୁଲର କାମ ପୁଣି ବିନା ଟେଣ୍ଡରରେ ହେଉଛି। ଗୋଟିଏ ଗୋଟିଏ ସ୍କୁଲର କାମକୁ ୫ରୁ ୬ ଠିକାଦାରଙ୍କୁ ବାଣ୍ଟି ଦିଆଯାଉଛି।
ସେପଟେ ପ୍ରତ୍ୟେକ ସ୍କୁଲର ଜଣେ ଲେଖାଏଁ ଗଣିତ ଓ ବିଜ୍ଞାନ ଶିକ୍ଷକ ରହିବା ବାଧ୍ୟତାମୂଳକ। ଜିଲ୍ଲାର ଅଧିକାଂଶ ସ୍କୁଲରେ କିନ୍ତୁ ଗଣିତ ଓ ବିଜ୍ଞାନ ଶିକ୍ଷକ ନାହାନ୍ତି। କେଉଁଠି ଆର୍ଟ ଶିକ୍ଷୟିତ୍ରୀ ଗଣିତ ପଢ଼ାଉଛନ୍ତି ତ ଅନ୍ୟ କେଉଁଠି ଇଂରାଜୀ ଶିକ୍ଷକ ବିଜ୍ଞାନ ପଢ଼ାଉଛନ୍ତି। କାରଣ ଜିଲ୍ଲାରରେ ୨୬୬ ଗଣିତ ଶିକ୍ଷକ ଆବଶ୍ୟକ ଥିଲାବେଳେ ଅଛନ୍ତି ମାତ୍ର ୧୬୪। ଖାଲି ପଡିଛି ୧୦୨। କେବଳ ଗଣିତ ନୁହେଁ ବିଜ୍ଞାନରେ ସେହି ସମାନ ସ୍ଥିତି ଉପୁଜିଛି। ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରେ ୨୪୩ ବିଜ୍ଞାନ ଶିକ୍ଷକ ଆବଶ୍ୟକତା ରହିଛି। ଅଛନ୍ତି ୧୩୬, ଖାଲି ପଡିଛି ୧୦୭ ବିଜ୍ଞାନ ଶିକ୍ଷକ। ବର୍ଷ ବର୍ଷ ଧରି ଏସବୁ ଶିକ୍ଷକ ପଦବୀ ଖାଲି ପଡିଥିଲେ ହେଁ ଶିକ୍ଷା ବିଭାଗ ପୂରଣ ଦିଗରେ ସେତେଟା ତତ୍ପର ନଥିବା ଭଲି ଜଣାପଡୁଛି। ଜିଲ୍ଲା ଅତିରିକ୍ତ ଜିଲ୍ଲା ଅଧିକାରୀ କହୁଛନ୍ତି, ସରକାର ଜିଲ୍ଲାରେ ଖାଲି ପଡିଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀ ପୂରଣ ଦିଗରେ ପଦକ୍ଷେପ ନେଉଛନ୍ତି। ତେବେ ଏସବୁ ଶିକ୍ଷକ, ପ୍ରଧାନଶିକ୍ଷକ ପଦବୀ ପୂରଣ ହେବ, ପଚାରିଲେ ବିଭାଗୀୟ ଅଧିକାରୀଙ୍କ ପାଖରେ ସନ୍ତୋଷଜନ ଉତ୍ତର ନାହିଁ।
ସବୁଠୁ ଆଶ୍ଚର୍ଯ୍ୟ କଥା ଜିଲ୍ଲା ପ୍ରତ୍ୟେକ ବ୍ଲକ ଶିକ୍ଷା ଅଧିକାରୀ ଅଫିସ୍, ପ୍ରମୁଖ ସରକାରୀ ଉଚ୍ଚ ବିଦ୍ୟାଳୟରେ (ଓଇଏସ୍-୨) ପାହ୍ୟାର ପ୍ରଧାନଶିକ୍ଷକ ରହିବା ଆବଶ୍ୟକତ। ମାତ୍ର ଜିଲ୍ଲାର ୧୭ ଜଣ ଓଇଏସ୍-୧ ପ୍ରଧାଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକତା ରହିଛି। ଅଛନ୍ତି ମାତ୍ର ୫ ଜଣ। ୧୨ଟି ପଦବୀ ଖାଲି ପଡିଛି। ଅର୍ଥାତ୍ ବରିଷ୍ଠ ପ୍ରଧାନକ୍ଷକଶିକ୍ଷକୟିତ୍ରୀମାନେ ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରମୁଖ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ଯ୍ୟ ତୁଲାଉଛନ୍ତି। ସେମିତି ଜିଲ୍ଲାର ମୋଟ ୧୯୧ ଜଣ ବରିଷ୍ଠ ଏସ୍ଇଏସ୍ ପ୍ରଧାନଶିକ୍ଷକଙ୍କ ଆବଶ୍ୟକତା ରହିଥିଲାବେଳେ ଅଛନ୍ତି ମାତ୍ର ୧୮୮ ଜଣ। ଖାଲି ପଡିଛି ୭୩। ଇଂରାଜୀ ପାଠ ପଢ଼ାଉଥିବା ମୋଟ ୫୧୬ ଆର୍ଟସ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଅଛନ୍ତି ୩୦୧ ଜଣ, ଖାଲି ପଡ଼ିଛି ୨୦୬। ଅନୁରୂପ ଭାବେ ଟିଆଇ ଶିକ୍ଷକ ୪୨ରୁ ଅଛନ୍ତି ୨୪। ଖାଲି ପଡ଼ିଛି ୧୮। ଟିଏମ୍ ଶିକ୍ଷକ ୪୩ ଜଣ ଆବଶ୍ୟକତା ରହିଥିବାବେଳେ ଅଛନ୍ତି ୨୮। ଖାଲି ପଡ଼ିଛି ୧୫ ଜଣ। ୧୯୯ କ୍ଲାସିକାଲ ଶିକ୍ଷକ ଆବଶ୍ୟକତା ରହିଥିଲାବେଳେ ଅଛନ୍ତି ୧୨୩ ଜଣ। ଖାଲି ପଡିଛି ୭୬। ୧୮୮ ହିନ୍ଦି ଶିକ୍ଷକଙ୍କ ମଧ୍ୟରୁ ଅଛନ୍ତି ୭୦, ଖାଲି ପଡିଛି ୧୧୮ ଜଣ। ସେମିତି ୧୮୩ ଜଣ ପିଇଟି ଶିକ୍ଷକଙ୍କ ମଧ୍ୟରୁ ୧୨୩ଜଣ ଅଛନ୍ତି। ଖାଲି ପଡ଼ିଛି ୬୦ ଜଣ। ଏମିତି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ସୁନ୍ଦରଗଡ ଜିଲ୍ଲାର ସରକାରୀ ଶିକ୍ଷା ବ୍ୟବସ୍ଥାରୁ ଛାତ୍ରଛାତ୍ରୀ ମାନେ ନିଶ୍ଚିତ ଭାବେ ମୁହଁ ମୋଡିବେ, ଏଥିରେ ଦ୍ବିମତ ନାହିଁ।

from ଜିଲ୍ଲା | Sambad https://ift.tt/3iO5kpv
0 Comments