
ବନ୍ଧୁଗାଁ: ନାଳରେ ଭାସିଯାଇ ମହିଳାଙ୍କ ମୃତ୍ୟୁ | କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ କୁଟ୍ରାବେଡା ପଞ୍ଚାୟତ ଅନ୍ତର୍ଗତ ପାଲାକା ଗ୍ରାମର କାଟୁ ମେଲେକାଙ୍କ ପତ୍ନୀ କମସେଲି ମେଲେକା (୪୮) ନିଜ ଘରେ ଖାଇସାରି ରାତିରେ ନିଜ କୁଡିଆକୁ ଯାଉଥିଲେ। ଏହି ସମୟରେ ବାଟରେ ଥିବା ଏକା ନାଳ ପାରି ହୋଇ ଯାଉଥିବା ସମୟରେ ତାଙ୍କ ପାଦ ଖସିଯିବା ସହ ସେ ତଳେ ପଡିଯାଇଥିଲେ।
ଏହା ଫଳରେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ମହିଳାଙ୍କ ସ୍ବାମୀ କାଟୁ ମେଲେକା ଗ୍ରାମବାସୀଙ୍କ ସହାୟତାରେ ଘଟଣା ସମ୍ପର୍କରେ ବନ୍ଧୁଗାଁ ଥାନାରେ ଏତଲା ଦେଇଥିଲେ। ଏହା ପରେ ବନ୍ଧୁଗାଁ ଥାନା ଏସଆଇ ବି ଟି ସାଧୁ କେସ ନଂ-୯/୨୧ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
The post ନାଳରେ ଭାସିଯାଇ ମହିଳାଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3DMLQcN
0 Comments