
ଚଣ୍ଡିଖୋଲ/ବଡ଼ଚଣା : ଘରୋଇ କଳିରୁ ଜଣେ ଶାଶୁ ତାଙ୍କ ବୋହୂକୁ ପଥରରେ ଛେଚି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ବଡ଼ଚଣା ଥାନା ତଥା ଚଣ୍ଡିଖୋଲ ଫାଣ୍ଡି ଅନ୍ତର୍ଗତ ବାଇଶିମୌଜା ନିକଟ ହରିଚନ୍ଦନପୁର ଗ୍ରାମର ତରୁ ଦାସଙ୍କୁ ୧୦ ବର୍ଷ ତଳେ ଧର୍ମଶାଳା ଥାନା ଅଧୀନ ଶ୍ରୀରାମପୁର ଗ୍ରାମର ପୀତବାସ ପରିଡ଼ାଙ୍କ ଭଉଣୀ ଶାନ୍ତିଲତା ବିବାହ କରିଥିଲେ। ତେବେ ବହୁ ସମୟରେ ଶାଶୂ ବୋହୂଙ୍କ ଭିତରେ କଳିଝଗଡ଼ା ହେଉଥିଲା। ଆଜି କୌଣସି କାରଣରୁ ସେମାନଙ୍କ ଭିତରେ କଳି ହେବାରୁ ଶାଶୁ ସଂଜୁ ଦାସ ବୋହୂ ଶାନ୍ତିଲତାଙ୍କୁ ଏକ ପଥରରେ ଛେଚି ମାରିଦେଇଥିବା ତାଙ୍କ ଭାଇ ପୀତବାସ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।
The post ପଥରରେ ଛେଚି ବୋହୂକୁ ମାରିଲା ଶାଶୁ first appeared on Sambad.from ଜିଲ୍ଲା | Sambad https://ift.tt/3aJWFjr
0 Comments