
ବିଂଝାରପୁର : ବିଂଝାରପୁର ଥାନା ବାଳମୁକୁଳି ବଜାରରେ ସ୍କାଇଲାଇଟ ଭାଙ୍ଗି ଦୋକାନ ଲୁଟ୍ ଘଟଣାରେ ଶୁକ୍ରବାର ଦିନ ପୁଲିସ ସନ୍ଧାନୀ କୁକୁର ସହାୟତାରେ ଲୁଟେରାଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।
ଗତ ବୁଧବାର ବିଳମ୍ବିତ ରାତିରେ ବାଳମୁକୁଳି ବଜାରସ୍ଥିତ କଲ୍ୟାଣପୁର ଗ୍ରାମର ଶଙ୍କର୍ଷଣ ସାମଲଙ୍କ ମହାବୀର ଔଷଧ ଦୋକାନର ପଛପଟ ସ୍କାଇଲାଇଟ ଭାଙ୍ଗି କେହି ଦୁର୍ବୃତ୍ତ ଏକ ଏଲଜିର ହୋମଥିଏଟର ସମେତ ୩୦ ହଜାର ଟଙ୍କା ଓ ରୁଦ୍ରପୁର ଗ୍ରାମର ସୁରଥ ସାହୁଙ୍କ ଭେରାଇଟି ଷ୍ଟୋର ପଛପଟ ସ୍କାଇଲାଇଟ ଭାଙ୍ଗି କେହି ଦୁର୍ବୃତ୍ତ ମୂଲ୍ୟବାନ ସାମଗ୍ରୀ ସମେତ ୨୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଚୋରି କରି ନେଇଥିବାର ବିଂଝାରପୁର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏହି ଘଟଣାରେ ପୃଥକ ପୃଥକ ୨ଟି ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଆଜି ସନ୍ଧାନୀ କୁକୁର ସହାୟତାରେ ଲୁଟେରାଙ୍କୁ ଧରିବାକୁ ପ୍ରୟାସ ଚଳାଇଛି। ଶେଷ ଖବର ସୁଦ୍ଧା କେହି ଲୁଟେରା ଧରାପଡ଼ି ନାହାନ୍ତି।
The post ଦୋକାନରୁ ଚୋରି, ବୁଲିଲା ସନ୍ଧାନୀ କୁକୁର first appeared on Sambad.from ଜିଲ୍ଲା | Sambad https://ift.tt/2WC9hWw
0 Comments