ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁଝର ଜେଏମ୍‌ଏମ୍‌ ନେତା

କେନ୍ଦୁଝର : ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆଜି କେନ୍ଦୁଝର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ନେତାମାନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସାକ୍ଷାତ କରିଛନ୍ତି। ପଞ୍ଚାୟତ ନିର୍ବାଚନରେ କେନ୍ଦୁଝର ଜିଲ୍ଲାର ୩୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ପ୍ରାର୍ଥୀ ଦେବାକୁ ଏହି ଅବସରରେ ନିଷ୍ପତ୍ତି ହୋଇଛି। ଆଗକୁ କିପରି କେନ୍ଦୁଝର ଜିଲ୍ଲାରେ ଜେଏମ୍‌ଏମ୍‌ ସଂଗଠନ ମଝବୁତ ହୋଇପାରିବ ସେନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ୍ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆହ୍ବାନ ଦେଇଛନ୍ତି।

ଜେଏମ୍‌ଏମ୍‌ ନେତା ତଥା ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ, ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, ସୁରଜ କୁମାର ମହାପାତ୍ର, ଚିତ୍ତରଞ୍ଜନ ମହାନ୍ତ, ସରୋଜ କୁମାର ପ୍ରଧାନ, ଗଙ୍ଗାଧର ମହାନ୍ତ ଶ୍ରୀ ସୋରେନଙ୍କୁ ସାକ୍ଷାତ କରିଥିଲେ। ଆଲୋଚନା ବେଳେ ଜେଏମ୍‌ଏମ୍‌ ମୁଖ୍ୟ ଶିବୁ ସୋରେନ ମଧ୍ୟ ଉପସ୍ଥିତ ଥିଲେ।

The post ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁଝର ଜେଏମ୍‌ଏମ୍‌ ନେତା first appeared on Sambad.

from ଜିଲ୍ଲା | Sambad https://ift.tt/3puQEzH

Post a Comment

0 Comments