
ବାରିପଦା : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ କୌଣସି ଅପ୍ରିତୀକର ପରସ୍ଥିତି ସୃଷ୍ଟି କରିବା ଆଶଙ୍କା କରି ବାରିପଦା ଟାଉନ୍ ଥାନା ପୁଲିସ୍ ଆଜି ସକାଳେ ବିଜେପି ଯୁବନେତା କୁମାର ମଙ୍ଗଳମ୍, ନାରୀନେତ୍ରୀ ପାୟଲ ରାୟ, ଶୋଭାବତୀ ଓତା, ଅନୀତା ସେଠୀ, ବଳରାମ ସାହୁ, ସୋମନାଥ ବେହେରା, ସ୍ବର୍ଣ୍ଣଲତା ମହାନ୍ତି, ଦେବବ୍ରତ ସାମଲ ପ୍ରମୁଖଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ସେହିପରି ଗତକାଲି ରାତିରୁ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ଧରମରାଜ ହାଁସଦା ଏବଂ ଉପଖଣ୍ଡ ସଭାପତି ରଜତ ହାଁସଦାଙ୍କୁ ଥାନାରେ ଅଟକ ରଖିଥିଲା। ପରେ ସମସ୍ତଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି ।
ଦୁଇ ବିଜେଡି ଯୁବନେତା ଗିରଫ
ବାରିପଦା: ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରି ଆହତ କରିଥିବା ଅଭିଯୋଗରେ ଆଜି ସନ୍ଧ୍ୟାରେ ବାରିପଦା ଟାଉନ୍ ଥାନା ପୁଲିସ୍ ବିଜେଡି ରାଜ୍ୟ ବିଜୁ ଛାତ୍ର ଜନତା ସମ୍ପାଦକ ଦିବ୍ୟବ୍ରତ ମହାନ୍ତିଙ୍କ ସମେତ ଆଉ ଜଣେ ଛାତ୍ର କର୍ମକର୍ତ୍ତା ଅଜିତ ପରିଡ଼ାଙ୍କୁ ଗିରଫ କରିଛି ପୁଲିସ୍।
The post ଥାନାରେ ଅଟକ ରହିଲେ ଏକାଧିକ ନେତା, ନେତ୍ରୀ first appeared on Sambad.from ଜିଲ୍ଲା | Sambad https://ift.tt/3vByey9
0 Comments