ଚୌଦ୍ବାର: ଚୌଦ୍ବାର ପୌରପାଳିକା ୫ ନମ୍ବର ୱାର୍ଡ ଅନ୍ତର୍ଗତ ତଳବଜାର ନିକଟରେ ଅମରେଶ ସାହୁଙ୍କ ଝିଅ ନିଜ ଘର ଛାତ ଉପରେ ଖେଳୁଥିବା ବେଳେ ଅସାବଧାନତା ଯୋଗୁ ବାଡ଼ ବିହୀନ ଛାତରୁ ଖସିପଡ଼ିବା ସହ ଦୁଇ କାନ୍ଥ ମଝିରେ ଫସି ରହିଥିଲା। ଦୁଇଟି ଘର ମଧ୍ୟରେ ମାତ୍ର ଦେଢ଼ ଫୁଟ ଓସାର ଥିବା ବେଳେ ଉକ୍ତ ଶିଶୁକନ୍ୟାଟି ବାହାରି ନ ପାରି କାନ୍ଦିବାକୁ ଲାଗିଥିଲା। ଶିଶୁର ପରିବାର ଲୋକ ଓ ସ୍ଥାନୀୟ ଲୋକ ଶିଶୁଟିକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରି ବିଫଳ ହେବା ପରେ ଚୌଦ୍ବାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ଟିମ୍ ଘଟଣା ସ୍ଥଳରେ ପହଂଚି ଡ୍ରିଲ ସାହାଯ୍ୟରେ ଘରର କାନ୍ଥ କାଟି ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ। ଶିଶୁର ବିଶେଷ କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି।

The post ଦୁଇ ଘର ମଝିରେ ଖସିପଡ଼ିଥିଲା, ୨ ଘଣ୍ଟା ପରେ ଉଦ୍ଧାର ହେଲା ଅଢ଼େଇ ବର୍ଷର ଶିଶୁ first appeared on Sambad.

from ଜିଲ୍ଲା | Sambad https://ift.tt/3bqycQt