
କଟକ: ଶ୍ରୀ ଶ୍ରୀ ମଦନମୋହନ ପୂଜା କମିଟି ଝାଞ୍ଜିରୀମଙ୍ଗଳା ପକ୍ଷରୁ ମା’ଝାଞ୍ଜିରୀ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ମା’ମଙ୍ଗଳାଙ୍କ ଷୋଡଶ ଉପଚାର ବେଶ ପ୍ରତିମୂର୍ତ୍ତି ମଙ୍ଗଳାବାର ସଂଧ୍ୟାରେ ଉଦ୍ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ମା’ଙ୍କ ନବନିର୍ମିତ ପ୍ରତିମୂର୍ତ୍ତିର ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡିସିପି ପ୍ରତୀକ୍ ସିଂହ, ଏଡିସିପି ଅନିଲ କୁମାର ମିଶ୍ରଙ୍କ ସମେତ ସହର ବିଭିନ୍ନ ଥାନାର ଅଧିକାରୀମାନେ ଯୋଗ ଦେଇଥିଲେ।
ଶ୍ରୀ ଶ୍ରୀ ମଦନମୋହନ ପୂଜା କମିଟି ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ(ବିଗୁଲ) ଓ ସଭାପତି ପତିତପାବନ ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସାଧାରଣ ସଂପାଦକ ଭିକାରି ଦାସ, କାର୍ଯ୍ୟକାରୀ ସଭାପତି ବିଜୟ ଦାଶ, ଉପସଭାପତି ପ୍ରଦୀପ ସିହ୍ନା, ସଂଗଠନ ସମ୍ପାଦକ ନରେଶ ସାହୁ, ସହସମ୍ପାଦକ ରବୀନ୍ଦ୍ର ବେହେରା, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।
ମନ୍ଦିର ପରିଚାଳନା ସଂପାଦକ ପ୍ରଫୁଲ୍ଲ ରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧିକାରୀ ବିରଞ୍ଚି ନାରାୟଣ ରାଜ, ମହନ୍ତ ରବୀନ୍ଦ୍ରନାଥ ସାହୁ, ପଣ୍ଡିତ ଚନ୍ଦ୍ରଶେଖର ଦାସ, ମୁଖ୍ୟ ପୂଜକ ଯୋଗେଶ ରଣା, ନିଲୁ ନନା, ଅକ୍ଷୟ ନନା, ମୁରବି ଯୁଧିଷ୍ଠିର ରାଜ, ପ୍ରତାପ ଚନ୍ଦ୍ର ରାଜ, ବଂଶୀଧର ମହାପାତ୍ର, ରବୀନ୍ଦ୍ର ଜେନା, ବିବେକାନନ୍ଦ ସ୍ୱାଇଁ, ଶରତ ଚନ୍ଦ୍ର ସେଠୀ, ସରୋଜ ରାଜ, ଅଶୋକ ଦାସ, ଲଲାଟେନ୍ଦୁ ଜେନା, ଦୁଷ୍ମନ୍ତ ବିଶ୍ବାଳ, ଜୟନ୍ତ ବିଶ୍ଵାଳ, ଉମେଶ ଚନ୍ଦ୍ର ଜେନା, ପ୍ରତାପ ଚନ୍ଦ୍ର ସାହୁ, ଭୁବନ ବିହାରୀ ରାଜ, ଦୀପକ କୁମାର ରାଜ, ପିଣ୍ଟୁ ମାହାର, ସାଗର ନାଏକ, କାଳନ୍ଦୀ ବାରିକ, କାଳିଆ ବେହେରା, ଜୋକନି ବେହେରା, ଜିତୁ ସାମଲ, ବୁବୁ ନାୟକ, ରଞ୍ଜିତ ରାଜ, ଗଣେଶୀ ସାହୁ, ବାବାଜୀ ମହାରଣାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।
The post ମା’ ଝାଞ୍ଜିରୀମଙ୍ଗଳାଙ୍କ ଷୋଡ଼ଶ ବେଶ ପ୍ରତିମୂର୍ତ୍ତି ଉଦ୍ଘାଟିତ first appeared on Sambad.from ଜିଲ୍ଲା | Sambad https://ift.tt/3oEAPpI
0 Comments