
ପୁରୀ : ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା ଟ୍ରେଜେରିକୁ ଯିବ ଶ୍ରୀମନ୍ଦିର କଳାହାଟ ଦ୍ୱାର ରୁପା ଚାଦର। ଶ୍ରୀମନ୍ଦିର ପ୍ରଶାସନ କଳାହାଟ ଦ୍ୱାରର ସୁରକ୍ଷା ଦାୟିତ୍ବରୁ ନିଜକୁ ମୁକ୍ତ କରି ଜିଲ୍ଲା ପ୍ରଶାସନକୁ ଏହି ଦାୟିତ୍ବ ହସ୍ତାନ୍ତର କରିଛି। ଆଜି କଡ଼ା ସୁରକ୍ଷା ଭିତରେ ଏହି ରୁପାଦ୍ୱାର ଷ୍ଟ୍ରଙ୍ଗରୁମରୁ ଜିଲ୍ଲା ଟ୍ରେଜେରିକୁ ସ୍ଥାନାନ୍ତର କରାଯିବ। ସୂଚନା ଅନୁସାରେ, କଳାହାଟ ଦ୍ବାରରେ ଲାଗିବାକୁ ଥିବା ପ୍ରାୟ ୫ଶହ କେଜି ରୁପା ୧୧ଟି ବାକ୍ସରେ ଜିଲ୍ଲା ଟେଜେରିକୁ ସ୍ଥାନାନ୍ତର ହେବ। ଆସନ୍ତା ରଥଯାତ୍ରା ସମୟରେ ରେକର୍ଡ ରୁମରୁ ଏହି ରୁପା ଚାଦର କଢ଼ାଯାଇ କଳାହାଟ ଦ୍ୱାରର ରୁପା କାର୍ଯ୍ୟ ସଂପୂର୍ଣ୍ଣ କରଯିବ। ମଙ୍ଗଳବାର ପୂର୍ବାହ୍ଣ ୧୧ଟାରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
The post ଟ୍ରେଜେରିକୁ ଯିବ କଳାହାଟ ଦ୍ୱାର ରୁପା, ୧୧ଟି ବାକ୍ସରେ ଯିବ ୫ଶହ କେଜି ରୁପା first appeared on Sambad.from ଜିଲ୍ଲା | Sambad https://ift.tt/3FfUsu1
0 Comments