ବୌଦ୍ଧ : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଗ୍ରାମ ସନ୍‌ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟାକାଣ୍ଡ ପ୍ରତିବାଦରେ ଗୁରୁବାର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ କବିତା ମହାକୁଳଙ୍କ ନେତୃତ୍ବରେ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଘନିଷ୍ଠ ସଂପର୍କ ଥିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରିଛି।

ବିଭିନ୍ନ ସମୟରେ ସ୍କୁଲ ପରିସରକୁ ଗସ୍ତ କରିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି। ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏସ୍‌ପିଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର, ଉପସଭାପତି ସମରେଶ ମିଶ୍ର, ଅର୍ଜୁନ ମହାନନ୍ଦିଆ, ପଙ୍କଜ କର୍ଣ୍ଣ, ରୋହିତାଶ୍ବ ବେହେରା, ପ୍ରଦୀପ ଦାସ, ତାରିଣୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

The post ମମିତା ମେହେର ହତ୍ୟା ମାମଲା: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବିରେ ଆନ୍ଦୋଳନ first appeared on Sambad.

from ଜିଲ୍ଲା | Sambad https://ift.tt/3m2C68a