
କେନ୍ଦ୍ରାପଡ଼ା : ଆଳି ଅ˚ଚଳର ସାର ବ୍ୟବସାୟୀ ସୋନୁ ଓରଫ୍ ସେକ୍ ସାହାନଵାଜ୍ ଖାଁ ହତ୍ୟା ମାମଲାର ରାୟ ଦୀର୍ଘ ୧୧ ବର୍ଷ ପରେ ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ସୋମବାର ଦିନ ମାମଲାର ଶୁଣାଣି କରି ଦିବ˚ଗତ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ସେକ୍ ହାଉଦର୍ ପୁଅ ମୁନା ଓରଫ୍ ସେକ୍ କାଦିରକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିଛନ୍ତି। ଏହାସହିତ ୧୦ହଜାର ଟଙ୍କା ଜରିମାନାରେ ଦଣ୍ତିତ କରିଛନ୍ତି। ଜରିମାନ ଅନାଦେୟେ ଅଧିକ ୧ବର୍ଷ ଜେଲ୍ ଦଣ୍ତ ଭୋଗିବାକୁ କୋର୍ଟ ରାୟ ଦେଇଛନ୍ତି।
୨୦୧୦, ମେ ୨୩ତାରିଖରେ ଆଳି ଅ˚ଚଳର ସାର ତଥା ସିମେଣ୍ଟ୍ ବ୍ୟବସାୟୀ ସୋନୁ ଓରଫ୍ ସେକ୍ ସାହାନଵାଜ୍ ଖାଁଙ୍କୁ ହତ୍ୟା କରାଯାଇଥିଲା। ଦାଦାବଟିକୁ ନ ଦେବାରୁ ଦିନ ଦ୍ବିପ୍ରହରରେ ଆଳି ବଜାରରେ ଥିବା ଦୋକାନ ଭିତରେ ପଶି ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଅତି ନିକଟରୁ ସୋନୁଙ୍କୁ ଗୁଳି କରି ହତ୍ୟା କରିଥିଲା। ଗୁଳିମାଡ଼ରେ ସୋନୁଙ୍କ ଦାଦା ଗୁରୁତର ହୋଇଥିଲେ। ଆଳି ଥାନାରେ ଏ ସ˚କ୍ରାନ୍ତରେ ଅଭିଯୋଗ କରିବା ପରେ ପୁଲିସ ମାମଲା(କେସ୍ ନମ୍ବର ୨୬୮/୧୦, ଦଫା ୩୦୨, ୩୦୭, ୨୧୨, ୧୨୦ବି, ୩୪ଆଇପିସି, ୨୫ ଓ ୨୭ ଆର୍ମସ୍ ଆକ୍ଟ୍) ରୁଜୁ କରିବା ସହିତ ଅଭିଯୁକ୍ତ ମୁନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମୁଦାୟ ୨୦ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଆଜି ଜିଲ୍ଲା ଦୌରାଜଜ୍ କୋର୍ଟ ଅପରାଧୀ ମୁନାକୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଜାରେ ଦଣ୍ତିତ କରିବା ସହିତ ୮ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ ଅଭିଯୁକ୍ତ ଦର୍ଶାଯାଇଥିବା ଏମାନଙ୍କ ମଧୢରୁ ସେକ୍ ଯଦୋଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ସେକ ଲୋକମାନ୍, ସେକ୍ ମୁକ୍ତାର ଅଲ୍ଲୀ, ରୋସନା ବିବି, ସେକ୍ ଲିଆକତ ଓ ସେକ୍ ଗରିବ ପ୍ରମୁଖ ଖଲାସ ହୋଇଛନ୍ତି। ଅଜ୍ୟ ଜଣେ ଫେରାର୍ ଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ଆସାମୀ ମୁନା ନାଁରେ ହତ୍ୟା, ଦାଦାବଟି ଆଦାୟ, ଟେଣ୍ତର ଫିକ୍ସି˚, ବୋମାମାଡ଼, ଲୁଟ୍ ଆଦି ୩୦ରୁ ଅଧିକ ସ˚ଗିନ ମାମଲା ବିଭିନ୍ନ ଥାନାରେ ରହିଛି। ନିକଟରେ ପୁଲିସକୁ ଚକ୍ମା ଦେଇ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୁଲିସର ଗୁଳିମାଡ଼ରେ ତା’ର ବାପା ହାଇଦର ନିହତ ହୋଇଥିଲା। ଏହାପରେ ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ୍ ହେବା ପାଇଁ ମୁନା କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ତାର ଆବେଦନକୁ ନାକଚ କରି ଦେଇଥିଲେ। ଏହି ମାମଲାକୁ ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ମାନସ ର˚ଜନ ବେହେରା, ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ରବି ମହାନ୍ତି, ସୂର୍ଯ୍ୟ ମହାନ୍ତି ଏବ˚ ଦେବଦାସ ମହାନ୍ତି ପ୍ରମୁଖ ପରିଚାଳନା କରୁଥିଲେ।
The post ଆଳି ବ୍ୟବସାୟୀ ହତ୍ୟା ମାମଲା: ଗ୍ୟାଙ୍ଗଷ୍ଟର୍ ହାଇଦର୍ ପୁଅ ମୁନାକୁ ଆଜୀବନ ଜେଲ୍ first appeared on Sambad.from ଜିଲ୍ଲା | Sambad https://ift.tt/3AdrgQJ
0 Comments