ଖୋର୍ଦ୍ଧା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋର୍ଦ୍ଧା ନଗର ସମ୍ମିଳନୀ ଓ ନୂତନ କାର୍ଯ୍ୟକାରିଣୀ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜ୍ୟ ସହସମ୍ପାଦକ ଦେବାଶିଷ ଶତପଥୀ, ସମ୍ମାନିତ ଅତିଥି ଭାବେ ଅଜୟ କୁମାର ମିଶ୍ର ଓ ଦିଲ୍ଲୀପ କୁମାର ଦାଶ ଉପସ୍ଥିତ ଥିଲେ। ଏହି ଅବସରରେ ଗଠିତ ନୂତନ କାର୍ଯ୍ୟକାରିଣୀ କମିଟିର ନଗର ସଭାପତି ଭାବେ ଅଜୟ କୁମାର ମିଶ୍ର, ଉପସଭାପତି ଦିଲିପ କୁମାର ଦାଶ ଓ ପ୍ରଭାତ କୁମାର ସେଠୀ ଦାୟିତ୍ୱ ନେଇଥିଲେ।

ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଶୁଭଶ୍ରୀ ସାହୁ ନଗର ସମ୍ପାଦିକା, ଅନୀଲ ରାଉଳ, ଅନ୍ନପୂର୍ଣ୍ଣା ସ୍ୱାଇଁ, ତରୁଣ ସାହୁ ନଗର ସହସମ୍ପାଦକ, ଅନନ୍ୟା ପ୍ରିୟଦର୍ଶନୀ ପାଠ୍ୟଚକ୍ର ପ୍ରମୁଖ, ବିନୀତ ନାୟକ ସହ ପ୍ରମୁଖ, ସେନାଲି ମିଶ୍ର ଓ ଧରିତ୍ରୀ ଦାସ ଷ୍ଟୁଡେଣ୍ଟ ଫର ଡେଭଲପ୍‌ମେଣ୍ଟ, ହର୍ଶିତା ମହାନ୍ତି ଓ ଶୁଭଶ୍ରୀ ମଙ୍ଗରାଜ ଯଥାକ୍ରମେ ଷ୍ଟୁଡେଣ୍ଟ ଫର ସେବା ପ୍ରମୁଖ ଓ ସହ ପ୍ରମୁଖ, ରାକେଶ ରୋଶନ ଛାତ୍ର ସନ୍ଦେଶ ପ୍ରମୁଖ, ବିଶ୍ୱକଲ୍ୟାଣ ଖୁଂଟିଆ ରାଷ୍ଟ୍ରୀୟ କଳା ମଂଚ ପ୍ରମୁଖ, ତୁଳସୀ ବିଶ୍ୱାଳ ସହ ପ୍ରମୁଖ, ଶବିପ୍ରସାଦ ପଟ୍ଟନାୟକ ନଗର ସିଡିଡି ପ୍ରମୁଖ, ସଂଗ୍ରାମ ବେହେରା ଗଣମାଧ୍ୟମ ପ୍ରମୁଖ, ସ୍ୱପ୍ନାଶ୍ରୀ ଦାସ ସହ ପ୍ରମୁଖ, ସୁନିତ ପଟ୍ଟନାୟକ କ୍ରୀଡ଼ା ପ୍ରମୁଖ, ଶୁଭ୍ରାଂଶୁ ବୈଷୟିକ ସେଲ୍ ସଂଯୋଜକ, ଶୀତଳ ରାଓ ପିଡିପି ପ୍ରମୁଖ, ଗୀତ ବିନୟ ପାତ୍ର ସହ ପ୍ରମୁଖ, ଚନ୍ଦନ ପାଟ୍ଟଷାଣୀ ଓ ସଂଜିତ ମହାପାତ୍ର ନଗର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।

The post ଏବିଭିପି ଖୋର୍ଦ୍ଧା ନଗରର ନୂତନ କାର୍ଯ୍ୟକାରିଣୀ ଚୟନ କାର୍ଯ୍ୟକ୍ରମ first appeared on Sambad.

from ଜିଲ୍ଲା | Sambad https://ift.tt/3mwfYUf