
ଜୟପୁର: ଦରଦାମ ବୃଦ୍ଧିର ପ୍ରତିବାଦ କରି ଆଜି ଜୟପୁର ନିର୍ବାଚନମଣ୍ଡଳୀ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଜୟପୁର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ବିଡିଓ ସୂରଜ ପଟ୍ଟନାୟକଙ୍କୁ ମହିଳା ବିଜେଡିର ନେତୃତ୍ବ ନେଉଥିବା ଡ.ଇନ୍ଦିରା ନନ୍ଦ ପ୍ରଦାନ କରିଥିଲେ। ଦିନକୁ ଦିନ ହୁ ହୁ ହୋଇ ଡିଜେଲ, ପେଟ୍ରୋଲ ଓ ଜାଳେଣୀ ଗ୍ୟାସର ଦର ବୃଦ୍ଧି ପାଉଛି । ଏହା ସାଙ୍ଗକୁ ନିତିଦିନିଆ ବ୍ୟବହାର କରୁଥିବା ସାମଗ୍ରୀ, ପନିପରିବା ଆଦିର ଦର ବି ବଢ଼ିଛି। ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ପରିବାର ଚଳିବା ମୁସ୍କିଲ ହୋଇଯାଇଛି।
୨୦୧୬-୧୭ରେ ଘରୋଇ ଗ୍ୟାସ ସିଲଣ୍ଡରର ଦର ୫୪୯.୬୯ପଇସା ରହିଥିବା ବେଳେ ୨୦୨୧ଜୁଲାଇରେ ୮୨୧.୭୫ପଇସା ରହିଥିଲା। ତେବେ ଗତ ତିନି ମାସରେ ପୁଣି ବୃଦ୍ଧି ପାଇ ସିଲଣ୍ଡର ପିଛା ଆଉ ଶହେ ଟଙ୍କା ବୃଦ୍ଧି ପାଇଛି। ଘରକୁ ଗ୍ୟାସ ପହଚାଂଇବା ପାଇଁ ଏବେ ହଜାର ଟଙ୍କା ଛୁଇଁଲାଣି ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ସେଭଳି ବିଭିନ୍ନ ଡାଲି, ଚିନି,ଆଳୁ ଓ ପିଆଜର ଦର ବି ନିୟନ୍ତ୍ରଣ ବାହାରେ ରହିଛି। ଏସବୁର ନିୟନ୍ତ୍ରଣ କରିବା ଦାୟିତ୍ବ କେନ୍ଦ୍ର ସରକାରଙ୍କର । ଦର ନିୟନ୍ତ୍ରଣ ନ ହେଲେ ଆଗାମୀ ଦିନରେ ଦଳ ଆନ୍ଦୋଳନାତ୍ମକ ପନ୍ତା ଅବଲମ୍ବନ କରିବାକୁ ବାଧ୍ୟ ହେବ ବୋଲି ମହିଳା ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବୋରିଗୁମ୍ମା ଧନେତ୍ରୀ ଗଲୋରୀ, ଲାଲୁମଣି ସିଂ, ଜୟପୁର ବ୍ଲକ ଗୀତାଂଜଳୀ ପାଣି, ସରିତା ମିଶ୍ର, ପଦ୍ମା ରେଡ୍ଡୀ, ଲିପି ପଟ୍ଟନାୟକ, ପି.ଲକ୍ଷ୍ମୀ, ସୂଜାତା ପାଣିଗ୍ରାହୀ, ମିନୁ ପଣ୍ଡା, ଦିପ୍ତି ନାୟକ ପ୍ରମୁଖ ଶତାଧିକ ମହିଳା ବିଜେଡି କର୍ମୀ ଭାଗ ନେଇଥିଲେ।
The post ଦରଦାମ ବୃଦ୍ଧିର ପ୍ରତିବାଦ : ଜୟପୁର ମହିଳା ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ଘେରାଉ first appeared on Sambad.from ଜିଲ୍ଲା | Sambad https://ift.tt/3pRMO3U
0 Comments