
କେନ୍ଦୁଝର : ବିଭିନ୍ନ ଦାବି ନେଇ ସୋମବାର ଦିନ ସମବାୟ କର୍ମଚାରୀ ସଂଘ ପକ୍ଷରୁ କେନ୍ଦୁଝର କେସିସି ବ୍ୟାଙ୍କରେ ତାଲା ପକାଯିବା ସହ ବ୍ୟାଙ୍କ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ନିବନ୍ଧକ ସମବାୟ ସମିତି ସମୂହ, ଓଡ଼ିଶା ପତ୍ର ସଂଖ୍ୟା ୧୪୩୯୨ ତା ୩୦/୯/୨୦୨୧କୁ ସଂପୂର୍ଣ୍ଣ ରୂପେ ରଦ୍ଦ କରାଯାଉ। ଉକ୍ତ ପଦବିରେ ସମସ୍ତ ସେବା ସମବାୟ ସମିତି କର୍ମଚାରୀଙ୍କୁ ଅବସ୍ଥାପିତ କରାଯାଉ। ଚାଷୀଙ୍କ ଧାନ ବିକ୍ରି, ପଞ୍ଜୀକରଣ ଓ ଧାନକିଣାକୁ ନେଇ ଦୋଷାରୋପ କରି ସଂପାଦକ ଓ ଡିଇଓଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରି ସେମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଆଦେଶ ଦିଆଯାଉ। ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସଂପାଦକ, ସହସଂପାଦକ, ପିଅନ, ୱାଚର, ଡିଇଓଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ। ସମବାୟ ବିଭାଗର ଏଚ୍ଆର୍ ପଲିସି ୨୦୧୧ ଅନୁସାରେ, ସେବା ସମବାୟ ସମିତି କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ, ସପ୍ତମ ବେତନ କମିସନ ହିସାବରେ ଦରମା ପ୍ରଦାନ, କର୍ମଚାରୀଙ୍କୁ ବର୍ଦ୍ଧିତ ଡିଏ, ଇନକ୍ରିମେଣ୍ଟ ଏବଂ ଅବସରକାଳୀନ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।
The post ବିଭିନ୍ନ ଦାବି ନେଇ କେନ୍ଦୁଝର କେସିସି ବ୍ୟାଙ୍କରେ ତାଲା ପକାଇଲେ ସମବାୟ କର୍ମଚାରୀ ସଂଘ first appeared on Sambad.from ଜିଲ୍ଲା | Sambad https://ift.tt/3xq9UAx
0 Comments