
ଜୟପୁର: ଗତ କାଲି ସନ୍ଧ୍ୟା ସାତଟା ୨୧ ବେଳେ ଜୟପୁର ସଦର ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବାଇକରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଏହାସହ ଜଣେ ଅଭିଯୁକ୍ତ ଧରା ପଡ଼ିଥିବା ବେଳେ ଆଉ ୨ଜଣ ଚମ୍ପଟ ମାରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଜୟପୁର ସଦରଥାନା ସବଇନ୍ସପେକ୍ଟର ଏନ୍କେ ଟପ୍ପୋ ସଦରଥାନାର ଗରୁଡ଼ଗୁଡ଼ା ଅଞ୍ଚଳରେ ସନ୍ଧ୍ୟାକାଳୀନ ପାଟ୍ରୋଲିଂ କରୁଥିଲେ। ଗରୁଡ଼ଗୁଡ଼ା ଗାଁରୁ ଗରୁଡ଼ଗୁଡ଼ା ଛକକୁ ତିନିଜଣ ଯୁବକ ଗୋଟିଏ ନୂଆ ନମ୍ବର ବିହୀନ ୟାମାହା ବାଇକ ଧରି ଆସିଥିଲେ। ପୁଲିସ ପାଟ୍ରୋଲିଂ ଗାଡ଼ିକୁ ଦେଖି ଏମାନେ ରାସ୍ତା ପାର୍ଶ୍ବରେ ବାଇକ ଓ ଗୋଟିଏ ଜରିବସ୍ତାରେ ଥିବା ୨୦ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଛାଡ଼ି ଜଙ୍ଗଲ ମଧ୍ୟକୁ ଦଉଡ଼ିଥିଲେ।
ଏମାନଙ୍କର ପିଛା କରି ପୁଲିସ ଗରୁଡ଼ଗୁଡା ଗାଁର ଚନ୍ଦ୍ର ହରିଜନଙ୍କୁ କାବୁ କରିଥିଲା। ଚମ୍ପଟ ମାରିଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଏହି ଦୁଇଜଣ ଅଭିଯୁକ୍ତ ହେଲେ ବଡ଼କାଉଡିର ବାବୁଲି ହରିଜନ ଓରଫ ଡମ୍ବ ଓ ଗରୁଡ଼ଗୁଡା ଗାଁର ସଦନ ହରିଜନ ବୋଲି କହିଛନ୍ତି ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର। ଅଭିଯୁକ୍ତଙ୍କ ନିକଟରୁ ୨ ଲକ୍ଷ ଟଙ୍କାର ଗଞ୍ଜେଇ ଓ ଗୋଟିଏ ବାଇକ ଜବତ ହୋଇଥିବା ବେଳେ ଅନ୍ୟ ଦୁଇ ଚମ୍ପଟ ମାରିଥିବା ଦୁଇ ଅଭିଯୁକ୍ତଙ୍କୁ ଅତି ଶୀଘ୍ର ଧରା ଯିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ।
The post ବାଇକ ସହ ୨୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ, ୨ ଚମ୍ପଟ first appeared on Sambad.from ଜିଲ୍ଲା | Sambad https://ift.tt/3cGdNHD
0 Comments