
ରାଉରକେଲା: ଦିନକ ପରେ ଆଲୋକର ପର୍ବ ଦୀପାବଳୀ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସବୁଜବାଣ ବିକ୍ରିକୁ ମିଳିଛି ଅନୁମତି। ମାତ୍ର ସବୁଜ ବାଣ କ’ଣ ଆଜି ପର୍ଯ୍ୟନ୍ତ ଜାଣିପାରି ନାହାନ୍ତି ଉଭୟ ବ୍ୟବସାୟୀ ଓ ଗ୍ରାହକ। ଅନୁମତି ମିଳିବା ଠାରୁ ଦୀପାବଳୀ ମାତ୍ର ୪ ଦିନ ଥିବାରୁ କେଉଁଠି ଦୋକାନ କରିବେ? ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ମିଳି ନଥିବାରୁ ବେପାରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଫଳରେ ସ୍ମାର୍ଟସିଟିବାସୀ ଦୀପାବଳୀ ପାଳିବାକୁ ସହରରେ ସବୁଜବାଣ ଖୋଜୁଛନ୍ତି।
ଆଜି ସୁଦ୍ଧା ସହରରେ ଡେଲିମାର୍କେଟ, ପାନପୋଷ, ଏସ୍ଟିଆଇ, ଟ୍ରାଫିକ୍ ଗେଟ୍, ବାସନ୍ତୀକଲୋନି, ଛେଣ୍ଡ କଲୋନି, ସେକ୍ଟର-୧୯ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ, ସେକ୍ଟର-୧୮, ସେକ୍ଟର-୨, ସେକ୍ଟର-୨୧ ନୟାବଜାର, କଳିଙ୍ଗ ବିହାର, ଫର୍ଟିଲାଇଜରରେ ସବୁଜ ବାଣ ଦୋକାନ ଖୋଲି ନଥିବା ଦେଖିବାକୁ ମିଳିଥିଲା। ଆସନ୍ତାକାଲି (ବୁଧବାର) ସହରର କିଛି ସ୍ଥାନରେ ସବୁଜ ବାଣଦୋକାନ ଖୋଲିବାକୁ ଯାଉଥିବା ଜଣାପଡ଼ିଛି। ହୋଲ୍ସେଲ୍ ବେପାରୀ କିଛି ନୂଆ ସବୁଜ ବାଣ ଆଣି ନଥିବାରୁ ଗତବର୍ଷ ବର୍ଷର ପୁରୁଣା ବାଣ ବିକ୍ରି ହେବ। ଗ୍ରାହକମାନେ ଏସବୁ ବାଣ କିଣିବାବେଳେ ଯାଞ୍ଚ ନ କଲେ ଠକାମିରେ ପଡିବା ନିଶ୍ଚିତ। ସେପଟେ ଚାଇନା ଲାଇଟ୍, କ୍ୟାଣ୍ଡଲ ଲାଇଟ୍ ଆଦିକୁ ବାରଣକରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

ବିଭିନ୍ନ ସଙ୍ଗଠନଗୁଡ଼ିକ ପକ୍ଷରୁ ଦୀପାବଳୀରେ ଚାଇନା ଉତ୍ପାଦ ପରିହାର କରିବାକୁ ବାର୍ତ୍ତା ଦେଇଛନ୍ତି। ଏହାର ସ୍ଥାନ ନେଇଛି ମହମବତୀ, ମାଟି ତିଆରୀ ଦୀପ। ସହରର ପ୍ରମୁଖ ବଜାରରେ ମାଟି ତିଆରି ଦୀପ, ମହମବତୀ କିଣିବାକୁ ବେଶ୍ ଭିଡ଼ ଜମିଥିଲା। ଯେଉଁମାନେ ଗତବର୍ଷ ଡଜନ କରି ଦୀପ ନେଉଥିଲେ, ସେମାନେ ଏଥର ୨/୩ ଡଜନ ଦୀପ କିଣି ନେଉଥିବା ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ, ରାଉରକେଲ।ର ବିଶ୍ରା ଛକ ମାତ୍ର ୩ କି.ମି.ଦୂରରେ ରହିଛି କୁମ୍ଭାର ପଡାବସ୍ତି। ପ୍ରାୟ ୧୨ଟି ପରିବାର ରହୁଛନ୍ତି। ସମସ୍ତେ ପ୍ରାୟ ବିହାର ରାଜ୍ୟର ବାସିନ୍ଦା। ସେମାନେ ମାଟି ଦୀପ, ଝୁଣା ଦାନୀ, ବଡ଼ ଦୀପ, ଚା କପ୍, ଗ୍ଲାସ, ମାଟି ଖପରା, ହାଣ୍ଡି ସହ ଭଳିକି ଭଳିକି ଦୀପ ଦାନୀ, ଫୁଲଦାନି ତିଆରି କରନ୍ତି। ଚଳିତ ଦୀପାବଳୀର ଚାହିଦାକୁ ଦୃଷ୍ଟିରେ ରଖି ୧୨ କୁମ୍ଭକାର ପରିବାର ଗତବର୍ଷ ଅପେକ୍ଷା ଚଳିତ ଥର ଅଧିକ ମାଟି ତିଆରି ଦୀପ ତିଆରି କରିଛନ୍ତି। ବେଶ୍ ଭଲ ଦି’ ପଇସା ରୋଜଗାର କରିବାକୁ ଆଶା ରଖିଛନ୍ତି।
The post ସ୍ମାର୍ଟସିଟିରେ ସବୁଜ ବାଣ ବେପାର ଅନୁମତି ମିଳିଲା: ବିକା ହେଲାନି ଦୀପ, ମହମବତୀର ଚାହିଦା ବେଶି first appeared on Sambad.from ଜିଲ୍ଲା | Sambad https://ift.tt/3bxL7Ac
0 Comments