
ଛତିଆ : ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଚମ୍ପାପୁର ଓ କଇଥା ଅଞ୍ଚଳରେ ଗତ ବୁଧବାର ଅପରାହ୍ଣରେ ହୋଇଥିବା ପ୍ରବଳ ବର୍ଷାରେ ପାଚିଲା ଧାନ କିଆରି କ୍ଷତିଗ୍ରସ୍ତ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଏହାର ତଦାରଖ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ବଡ଼ଚଣା ବ୍ଲକ୍ ଚମ୍ପାପୁର ପଞ୍ଚାୟତର ସାନବନ୍ଦାଳୋ ଓ କଇଥା ପଞ୍ଚାୟତର ବଉଳା ମୌଜାରେ ଗତ ବୁଧବାର ପ୍ରବଳ ବର୍ଷା ହେବା ଫଳରେ ପ୍ରାୟ ୩୦ ଏକରର ଧାନ କିଆରିରେ ପାଣି ମାଡ଼ି ଯାଇଛି। ଖାଲୁଆ ଜମି ହୋଇଥିବାରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇପାରୁନାହିଁ। ଚାଷୀ ସଚ୍ଚିକାନ୍ତ ଦାସ, ସୌଭାଗ୍ୟ ପ୍ରଧାନ, ହୃଷୀକେଶ ପ୍ରଧାନ, ବନ୍ଧୁଚରଣ ପ୍ରଧାନ ପ୍ରମୁଖଙ୍କ ପାଚିଲା ଧାନ କିଆରିରେ ପାଣି ଏବେ ବି ବୁଡ଼ିରହିଛି। ୪ ଦିନ ବିତିଯାଇଥିଲେ ମଧ୍ୟ ରାଜସ୍ବ କିମ୍ବା କୃଷି ବିଭାଗ ପକ୍ଷରୁ କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରିନାହାନ୍ତି। ବର୍ଷାଜଳ ନିଷ୍କାସନ ହୋଇ ନପାରିଲେ ପାଚିଲା ଧାନ କିଆରି ନଷ୍ଟ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।
The post ବର୍ଷାରେ ପାଚିଲା ଧାନ କ୍ଷତିଗ୍ରସ୍ତ first appeared on Sambad.from ଜିଲ୍ଲା | Sambad https://ift.tt/32FD82U
0 Comments