ବ୍ରହ୍ମପୁର/କୁକୁଡ଼ାଖଣ୍ଡି: ବ୍ରହ୍ମପୁର ଉପକଣ୍ଠରେ ଅନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା କରାଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନାନୁସାରେ, ଆଜି ଭୋର ସମୟରେ ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ପାଣି ଫ୍ୟାକ୍ଟ୍ରି ନିକଟରେ ପୂର୍ବତନ ସରପଞ୍ଚ ମୃତଦେହ ଠାବ ହୋଇଛି। କେହି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ କରାଯାଇଥିବା ସୂଚନା ରହିଛି।

ଘଟଣାସ୍ଥଳରେ ବଡ଼ ବଜାର ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି। ସେ ପୂର୍ବରୁ କୁକୁଡାଖଣ୍ଡି ବ୍ଲଖର କଂଗ୍ରେସର ପୂର୍ବତନ ବ୍ଲକ ସଭାପତି ରହିଥିଲେ । ଏହା ସହ ୨ ଥର ଅନ୍ତେଇର ସରପଞ୍ଚ ଥିଲେ। କିଛିଦିନ ଆଗରୁ ସେ ଜେଲରୁ ପାରୋଲରେ ଆସିଥିଲେ।

The post ପୂର୍ବତନ ସରପଞ୍ଚଙ୍କୁ ହତ୍ୟା: ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ! first appeared on Sambad.

from ଜିଲ୍ଲା | Sambad https://ift.tt/2ZYzMXL