ଝାରସୁଗୁଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ଜିଲ୍ଲା ଗସ୍ତରେ ଯାଇ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରୁଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାକୁ ଆସୁ ନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଆସନ୍ତା ୧୫ ତାରିଖ ଦିନ ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ୍‌ରେ ରହି ଏହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ବ୍ରଜରଜନଗର ବିଧାୟକ କିଶୋର ମହାନ୍ତି ଉପସ୍ଥିତ ରହିବେ। ପୁଣି ଉକ୍ତ ଦିନ ବିଭିନ୍ନ ବ୍ଲକରେ ମଧ୍ୟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାକୁ ଯାଉଥିବା ବେଳେ ଖୋଦ୍‌ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାକୁ ନ ଆସି ଭର୍ଚୁଆଲ ମୋଡ୍‌ରେ କାର୍ଡ ବଣ୍ଟନ କରିବା କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ମହଲରେ ନାନା କଥା ଚର୍ଚ୍ଚା ହେଉଛି।

The post ମୁଖ୍ୟମନ୍ତ୍ରୀ ଆସିବେନି ଝାରସୁଗୁଡ଼ା, ୧୫ରେ ଭର୍ଚୁଆଲ୍‌ ମୋଡ୍‌ରେ ବଣ୍ଟାଯିବ ସ୍ୱାସ୍ଥ୍ୟ କାର୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/3HeOTwR