
ବଡ଼ବିଲ : ବଡ଼ବିଲ ପୁଲିସ ଚୋରି ସୁନା ଓ ରୁପା ଗହଣା ଉଦ୍ଧାର କରିବା ସହ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସେଡିଙ୍ଗ ବସ୍ତିର ଶ୍ରୀନାଥ କାରୁଆ (୨୪), ମଧୁସୂଦନ ଦାସ (୩୦), ଉପରବସ୍ତିର ନିରାଶ କାରୁଆ (୨୧) ଓ ରମେଶ ନାଏକ (୩୦)।
ପୁଲିସ ସୂଚନା ଅନୁସାରେ, ଗଜ ଜୁଲାଇ ମାସ ୮ ତାରିଖରେ ବଡ଼ବିଲ ଥାନା ଉପରବସ୍ତିର ନାହିଦ ଖାନ୍ ପରିବାର ସହ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ୧୧ ତାରିଖରେ ଫେରିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ତିନିଟି ଆଲମିରା ଭାଙ୍ଗି ଦୁର୍ବୃତ୍ତମାନେ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଗହଣା ଚୋରି କରିଥିଲେ। ଏନେଇ ନାହିଦ ବଡ଼ବିଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ୪ ମାସ ପରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ କିଛି ଚୋରି ଗହଣା ଉଦ୍ଧାର କରିଛି। ଯାହାର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଅଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ କହିଛି।
The post ଚୋରି ଗହଣା ଉଦ୍ଧାର, ୪ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3wiuYbo
0 Comments