
ଜୟପୁର: ତେଲ ଦରରେ ଲାଗିଛି ନିଆଁ। ଉପଭୋକ୍ତା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଅତିଷ୍ଟ ହେଲେଣି। ପ୍ରତ୍ୟେକ ଦିନ ୨୦ ରୁ ୫୦ ପଇସା ପର୍ଯ୍ୟନ୍ତ ଦରବୃଦ୍ଧି ହେବା ସହ ପେଟ୍ରୋଲ ୧୩୦ ଟଙ୍କା ଆଡ଼କୁ ଅଗ୍ରସର ହେଲାଣି। ଜୟପୁରରେ ସାଧାରଣ ହିନ୍ଦୁସ୍ଥାନ ପେଟ୍ରୋଲିୟମର ପେଟ୍ରୋଲ ଲିଟର ପିଛା ୧୧୫ ଟଙ୍କା ୫୧ ପଇସା, ସ୍ପିଡ୍ ଓ ପାୱର ପେଟ୍ରୋଲରେ ବି ଦରବୃଦ୍ଧି ହେବା ସହ ୧୧୯ ଟଙ୍କା ୨୬ ପଇସାରେ ପହଚିଂଛି। କେବଳ ପେଟ୍ରୋଲ ହିଁ ନୁହେଁ ଡିଜେଲି ବି ଲିଟର ପିଛା ୧୧୨ ଟଙ୍କା ୦୬ ପଇସାରେ ପହଚିଂଛି।
ସେଭଳି ଇଣ୍ଡିଆନ୍ ଅଏଲ ବି ଏଭଳି ପଇସା ବୃଦ୍ଧି କରିଛି। ତେବେ ଦର ବୃଦ୍ଧି ହେବା ପରେ ତେଲ ବେପାର ବି କମି ନାହିଁ ବୋଲି ପେଟ୍ରୋଲ ଟାଙ୍କି ମାଲିକ ମାନେ କହିଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସିଧାସଳଖ ଭାବେ ବଜାର ଉପରେ ପଡ଼ିବା ସହ ବିଭିନ୍ନ ପନିପରିବା ଓ ଦୈନଦିନ ସାମଗ୍ରୀର ବଜାର ଦର ବୃଦ୍ଧି ପାଇଛି।
The post ତେଲ ଦରରେ ନିଆଁ: ଜୟପୁରରେ ପେଟ୍ରୋଲ ୧୧୫. ୫୧ ଓ ଡିଜେଲ ୧୧୨ ଟଙ୍କା ୬ ପଇସା first appeared on Sambad.from ଜିଲ୍ଲା | Sambad https://ift.tt/2YdlD8i
0 Comments