ମହାପ୍ରଭୁଙ୍କ ଦର୍ଶନ କଲେ ୨୫ ବରିଷ୍ଠ ନାଗରିକ

ପୁରୀ : ଆଜିକାଲି ସମାଜରେ ବରିଷ୍ଠ ନାଗରିକମାନେ ବାରମ୍ବାର ଅବହେଳିତ ହେବାରେ ଲାଗିଛନ୍ତି। ସେଥିପାଇଁ ସରକାର ଅନେକ ଯୋଜନା ଓ ନିୟମ ଆଦି କରିବା ସହିତ ସେମାନଙ୍କ ପାଇଁ ତୀର୍ଥ ଦର୍ଶନଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତୁ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ବରିଷ୍ଠ ନାଗରିକମାନଙ୍କୁ ଆଜିର ଯୁବସମାଜ ଅଣଦେଖା କରୁଥିବା ବେଳେ ଗୋପ ବ୍ଲକ୍‌ ଅଣ୍ଢରା ଇଚ୍ଛାପୁର ପଞ୍ଚାୟତର ଯୁବକମାନେ ସେମାନଙ୍କ ଗ୍ରାମର ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଆଜି ଏକ ଅଭିନବ କାର୍ଯ୍ୟ କରିଛନ୍ତି। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ତୀର୍ଥଭ୍ରମଣ ଉଦ୍ଦେଶ୍ୟରେ ନବଗ୍ରହ ଦର୍ଶନ, ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦର୍ଶନ କରାଇଛନ୍ତି।

ଚାଲି ପାରୁନଥିବା କେତେକ ବରିଷ୍ଠ ନାଗରିକମାନଙ୍କୁ ଏହି ଯୁବକମାନେ ଟେକିଟେକି ନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରାଇବା ସହିତ ମହାପ୍ରସାଦ ସେବା କରାଇଥିଲେ। ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ କରି ଏହି ୨୫ ଜଣ ବରିଷ୍ଠ ନାଗରିକ ନିଜକୁ ଧନ୍ୟ ମନେ କରିଥିଲେ । ପୋଇତରା ଯୁବକ ସଂଘର ସଦସ୍ୟମାନଙ୍କ ସହଯୋଗରେ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସୁରକ୍ଷା ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୌଶିକ ନାୟକ, ଘନଶ୍ୟାମ ହେମ୍ବ୍ରମ ପ୍ରମୁଖ ଠାକୁର ଦର୍ଶନ ସୁରୁଖୁରୁରେ କରାଇବାରେ ସହାୟତାର ହାତ ବଢାଇଥିଲେ। ପୋଇତରା ଗ୍ରାମର ଉଲ୍ଲାସ କୁମାର ପ୍ରଧାନ, ଅଜୟ ନାୟକଙ୍କ ନେତୃତ୍ୱରେ ଜିତେନ୍ଦ୍ର ପ୍ରଧାନ, ପ୍ରୀତିରାଜ ପଟ୍ଟନାୟକ, ଗୋପୀନାଥ ସ୍ୱାଇଁ, ବିକ୍ରାନ୍ତ ରାଉତ, ସମୀର ରଞ୍ଜନ ମହାନ୍ତି, ରତିରଞ୍ଜନ ପଟ୍ଟନାୟକ ଓ ପୁରୀର ସୁଶାନ୍ତ ସ୍ବାଇଁ ପ୍ରମୁଖ ବରିଷ୍ଠ ନାଗରିକମାନଙ୍କୁ ଜଗନ୍ନାଥଙ୍କୁ ଦର୍ଶନ କରାଇବାରେ ସାମିଲ ହୋଇଥିଲେ।

The post ମହାପ୍ରଭୁଙ୍କ ଦର୍ଶନ କଲେ ୨୫ ବରିଷ୍ଠ ନାଗରିକ first appeared on Sambad.

from ଜିଲ୍ଲା | Sambad https://ift.tt/3FaRZ3l

Post a Comment

0 Comments