ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଏକ ଅଭାବାନୀୟ ଘଟଣା ଘଟିଛି। ପ୍ରେମିକର ନିର୍ବନ୍ଧ ଦିନ ପ୍ରେମିକା ବିଷ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ ସିନାପାଲି ଥାନା ଅଞ୍ଚଳ ଲକ୍ଷ୍ମୀ ମେହେର (୨୦ ବର୍ଷ) ଲଟିଗୁଡ଼ା ଗ୍ରାମର ସୁମନ୍ତ ମେହେରଙ୍କୁ ୩ବର୍ଷ ହେବ ଭଲ ପାଉଥିଲେ। ପ୍ରେମିକ ଜଣକ ବିବାହ ପ୍ରତିଶ୍ରୁତି ଶାରୀରିକ ସମ୍ପର୍କ ରଖିଥିଲା। ଏସବୁ ଘଟଣା ବିଷୟରେ ରବିବାର ଗଣମାଧ୍ୟମ ଆଗରେ ପରିବାର ଲୋକ କହିଛନ୍ତି। ପ୍ରେମିକ ସୁମନ୍ତର ଅନ୍ୟ ଝିଅ ସହ ନିର୍ବନ୍ଧ ହେଉଥିବା ଜାଣିପାରି ଲକ୍ଷ୍ମୀ ଶନିବାର ଦିନ ବିଷ ଖାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସିନାପାଲି ଡାକ୍ତରଖାନା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ସେଠାରେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ା ପୁଲିସ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛି ବୋଲି ଏସ୍‌ଆଇ ବିଜେଶ୍ବର ପଣ୍ଡା ସୂଚନା ଦେଇଛନ୍ତି।

The post ପ୍ରେମିକର ନିର୍ବନ୍ଧ ଦିନ ପ୍ରେମିକାର ଆତ୍ମହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/3231Mu3