
ଜୟପୁର: ଜୟପୁର ଆକାଶବାଣୀ କେନ୍ଦ୍ରରେ ଆଜି ଏକ ଲାଇଭ୍ ଭର୍ଚୁଆଲ୍ ପ୍ରୋଗାମ ଆମେ ସବୁ ଟିକି ଫୁଲ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି। ଶିଶୁ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ଶିଶୁ ବିଶେଷଜ୍ଞ, ଶିଶୁ ସୁରକ୍ଷା ଅଧିକାରୀ, ଡିଏଲ୍ଓ, ଲୋକପ୍ରତିନିଧି ଓ ପୁଲିସ ଅଧିକାରୀ ଫୋନ୍ ଯୋଗେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ଏଥିରେ ଶିଶୁର ଅଧିକାର ଓ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ବିଶେଷଜ୍ଞମାନେ ନିଜର ମତାମତ ପ୍ରଦାନ କରିଥିଲେ। ଶିଶୁଟିଏ ବୋଲି ତାର ଚିନ୍ତନ, ଅଭିବ୍ୟକ୍ତିକୁ ଅଣଦେଖା ନ କରି ଗୁରୁତ୍ବ ଦେଇ ଶିଶୁର ପଥକୁ ସୁଗମ କରିବା, ସ୍ବାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ପ୍ରତି ସଚେତନ ହେବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।
ଆକାଶବାଣୀ କେନ୍ଦ୍ର ମୁଖ୍ୟ ଗୌରଚନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମ ପରିକଳ୍ପନା ଓ ପ୍ରଯୋଜନା କରିଥିବା ବେଳେ ଉଦଘୋଷିକା ଦମୟନ୍ତୀ ବୈକାର, ସୁରଭି ମହାପାତ୍ର ଓ ମିନତୀ ରାଣୀ ନନ୍ଦ ଏହାକୁ ଉପସ୍ଥାପନା କରିଥିଲେ।
The post ପ୍ରସାରିତ ହେଲା ‘ଆମେ ସବୁ ଟିକି ଫୁଲ’ first appeared on Sambad.from ଜିଲ୍ଲା | Sambad https://ift.tt/3FhpkJM
0 Comments