ଝାରସୁଗୁଡା : ବିଜେପି ପକ୍ଷରୁ ଆସନ୍ତା ୬ ତାରିଖ ସକାଳ ୬ ଟାରୁ ଅପରାହ୍‌ଣ ୨ ଟା ଯାଏଁ ୮ ଘଣ୍ଟିଆ ଝାରସୁଗୁଡା ଜିଲ୍ଲା ବନ୍ଦ ଡାକରା ଦିଆ ଯାଇଛି।

ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରୁ ନାହାନ୍ତି। ମମିତା ମେହେର ହତ୍ୟାକାଣ୍ଡକୁ ଚାପିବା ଉଦ୍ୟମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି।

ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକୀୟ ସେବା, ଦୁଇ ଚକିଆ ଯାନ ଓ ପରୀକ୍ଷାର୍ଥୀଙ୍କୁ ବାଦ ଦିଆଯାଇଛି ବୋଲି ବିଜେପି ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସମ୍ପାଦକ ବିମଳେନ୍ଦୁ ଭୋଳ ଜଣାଇଛନ୍ତି।

The post ବିଜେପି ପକ୍ଷରୁ ୬ ତାରିଖରେ ଆଠ ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା first appeared on Sambad.

from ଜିଲ୍ଲା | Sambad https://ift.tt/3CQeude