ଜୟପୁର: ଜିଲ୍ଲାସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ କୁନ୍ଦୁରା ତରୁଣ ପ୍ରଜ୍ଞା ଭାରତୀ ତରଫରୁ ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଆଜି ସ୍ଥାନୀୟ ନାକଟିଡଙ୍ଗରରେ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୀବନରେ ଆସୁଥିବା ବିଭିନ୍ନ ବାଧାବିଘ୍ନକୁ କିପରି ଦୃଢତାର ସହିତ ମୁକାବିଲା କରି ନିଜ ଲକ୍ଷ୍ୟରେ ପହଞ୍ଜି ହେବ ଏହି ପର୍ବତାରୋହଣରୁ ଶିଖି ପାରିବେ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ସାଙ୍ଗରେ ଯାଇଥିବା ଶିକ୍ଷକ ମାନେ ବୁଝାଇଥିଲେ। ଅନୁଷ୍ଠାନର ସଭାପତି ଡଃ. ଗଙ୍ଗାଧର ନନ୍ଦ ସବୁଜ ପତ୍ତାକା ଦେଖାଇବା ପରେ ପାହଡ଼ ଚଢ଼ା ଆରମ୍ଭ ହୋଇଥିଲା।

କ୍ରୀଡା ପ୍ରଶିକ୍ଷକ ନିରଞ୍ଜନ ପାଣିଗ୍ରାହୀ, ରବିନ୍ଦ୍ର ମହାରଣା, ଅନନ୍ତ ବିଜୟ ଧୀବର, ଦୀପ୍ତି ମାଝୀ, ଅନିତା ମିଶ୍ର, ଚାନ୍ଦିନୀ ନିଶା ବେଗମ, ଲକ୍ଷ୍ମୀକାନ୍ତ ମିଶ୍ର, ନୃସିଂହ ପ୍ରସାଦ ଷଡଙ୍ଗୀ, ଯଜ୍ଞେଶ୍ବର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପର୍ବତାରୋହଣ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୯୬ ଜଣ ଛାତ୍ରଛାତ୍ରୀ ଏବଂ କିଛି ଇଛୁକ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ।

The post ତରୁଣ ପ୍ରଜ୍ଞା ଭାରତୀ ତରଫରୁ ପର୍ବତାରୋହଣ କାର୍ଯ୍ୟକ୍ରମ first appeared on Sambad.

from ଜିଲ୍ଲା | Sambad https://ift.tt/3x9F4M3