
ଧର୍ମଗଡ଼ : ମମିତା ମେହେର ହତ୍ୟା ଘଟଣାରେ ମମିତାଙ୍କୁ ନ୍ୟାୟ ମିଳୁ ବୋଲି କଂଗ୍ରେସ ଜିଲ୍ଲା ବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି। ବିଭିନ୍ନ ଅଞ୍ଚଳରେ ଶୋଭାଯାତ୍ରା ସହ ସାଧାରଣ ସଭା ମାନ କରାଯାଉଛି। ଏହି ପ୍ରେରିପ୍ରେକ୍ଷୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଶନିବାର ସନ୍ଧ୍ୟାରେ ଧର୍ମଗଡ଼ଠାରେ ଆୟୋଜିତ ଏକ ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପୂର୍ବରୁ ତିନିଥର ବ୍ଲକ୍ ଅଧ୍ୟକ୍ଷ ହୋଇଥିବା ରବୀନ୍ଦ୍ର ପଟ୍ଟଯୋଶୀ ତାଙ୍କ ସମର୍ଥକମାନଙ୍କ ସହ କଂଗ୍ରେସରେ ଯୋଗ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ଯୁବନେତା ମିଟୁ ନାଏକ, ବେଣୁଧର ଦୁର୍ଗା, ଡାକେ ଲହଜଲ, ଧର୍ମଗଡ଼ ବ୍ଲକ୍ ସଭାପତି ପ୍ରେମଲାଲ ସାଗର, ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର ଦୁରିଆ, ତୁଷାର ରଞ୍ଜନ ପଟ୍ଟଯୋଶୀଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ଏହି କର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ନାରୀମାନେ ସୁରକ୍ଷିତ ନୁହଁନ୍ତି। ଏଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଉ ବୋଲି କଂଗ୍ରେସ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ୭ତାରିଖ ଦିନ ମମିତାଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯିବ ଓ ୭ ତାରିଖ ସୁଦ୍ଧା ପଦକ୍ଷେପ ନନେଲେ ଆଗକୁ ଆନ୍ଦୋଳନ ଜୋର ହେବ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଛନ୍ତି।
The post ଧର୍ମଗଡ଼: କଂଗ୍ରେସରେ ମିଶିଲେ ପୂର୍ବ ବ୍ଲକ୍ ଅଧ୍ୟକ୍ଷ first appeared on Sambad.from ଜିଲ୍ଲା | Sambad https://ift.tt/3bTI9pH
0 Comments