ଜୟପୁର: ୧୫ବର୍ଷ ତଳର ବିଜୁ ବୋଟିଂ କ୍ଲବ ଏବେ ହଜିଯାଇଛି। ଏବେ ଏହା ବସ୍ତି ଅଞ୍ଚଳର ଲୋକଙ୍କ ଶୌଚାଳୟ ପାଲଟିଛି। ଏଠାରେ ଦୀର୍ଘଦିନ ହେବ ପାଣି ଜମା ହୋଇ ରହି ଡେଙ୍ଗୁ, ମ୍ୟାଲେରିଆ ଆଦି ମଶା ଓ ମାଛିର ଘର ପାଲଟିଛି। ଦିନକୁ ଦିନ ଏହା ପୋତି ହେବା ସହ ପୁତ୍ତିଗନ୍ଦମୟ ପରିବେଶ ବି ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଜଗନ୍ନାଥସାଗର ଉପକଣ୍ଠରେ ନୂଆସାହି ଓ ଖ୍ରୀଷ୍ଠିୟାନପେଟା ବିଜୁ ରାଜନଗରକୁ ଲାଗି ୧୯୯୬ ମସିହାରେ କରାଯାଇଥିଲା ବିଜୁ ବୋଟିଂ କ୍ଲବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆସି ଲୋକାର୍ପିତ କରିଥିଲେ। ସହରବାସୀଙ୍କ ମନୋରଞ୍ଜନ ତଥା ପିଲାଙ୍କ ସହ ସାମାନ୍ୟ ସମୟ ଅତିବାହିତ କରିବା ପାଇଁ ଏଠାରେ ଏହି ବୋଟିଂ କ୍ଲବ କରାଯାଇଥିଲା।

Sambad

ଆରମ୍ଭ ହେବାର ଅଳ୍ପ କିଛିବର୍ଷ ଏହା ଚାଳିଥିଲା। ପରବର୍ତ୍ତୀ ସମୟରେ ଧୀରେଧୀରେ ଏଠାରୁ ବୋଟ ଠାରୁ ଆରମ୍ଭ କରି ପାଚେରୀରେ ଲାଗିଥିବା ଲୁହା ଗ୍ରୀଲ୍ ବି ଗାୟବ ହୋଇଯାଇଛି। କର୍ପୁର ଉଡ଼ିଯାଇଥିବା ବେଳେ କନା ପଢ଼ିଥିବା ଭଳି କେବଳ ପୋଖରୀଟି ଅତ୍ୟନ୍ତ ଖରାଫ ଅବସ୍ଥାରେ ରହିଛି। ଏଠାରୁ ମଶା, ମାଛି ଲୋକଙ୍କ ଘରକୁ ଯିବା ସହ ଲୋକେ ବି ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଜୟପୁର ବିଧାୟକ, ପୌରପ୍ରଶାସନ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ସହରର ସାମଗ୍ରୀକ ସୌନ୍ଦର୍ଯ୍ୟର ବିକାଶ ପାଇଁ ନୂଆ ପାର୍କ ଆଦି କରୁଥିବା ବେଳେ ଏହାର ବି ପୁନଃରୁଦ୍ଧାର କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

The post ହଜିଗଲା ୧୫ ବର୍ଷ ତଳର ବିଜୁ ବୋଟିଂ କ୍ଲବ, ଡେଙ୍ଗୁମଶା-ମାଛିଙ୍କ ଘରରେ ପରିଣତ ହେଲା first appeared on Sambad.

from ଜିଲ୍ଲା | Sambad https://ift.tt/30ueNf6