ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ଅପହରଣର ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହରେ ସୁକମା ଅଂଚଳରୁ ୫ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅପହରଣ କରିନେଇଥିଲେ। ଆଦିବାସୀ ସମାଜର ଅନୁରୋଧ ପରେ ସେମାନଙ୍କୁ ନକ୍ସଲ ଛାଡିଦେଇଥିଲେ। ତେବେ ଗତକାଲି ବିଜାପୁର ଜିଲ୍ଲାର କୁରନା ଏବଂ ମକେଲିଠାରେ ଗ୍ରାମ୍ୟ ସଡକ ଯୋଜନାର କାମ ଦେଖିବାକୁ ଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରା ଏବଂ ପିଅନ ସରଜା ଲକ୍ଷ୍ମଣ ପରିତଗିରିଙ୍କୁ ନକ୍ସଲ ଅପହରଣ କରି ନେଇଯାଇଥିବା ଜଣାପଡିଛି।

ତେବେ ଏମାନଙ୍କୁ ଛାଡି ଦେବାକୁ ଗ୍ରାମବାସୀ ଏବଂ ପ୍ରଶାସନ ନକ୍ସଲଙ୍କୁ ଅନୁରୋଧ କରିଛି। ଗତକାଲି ଠାରୁ ଏମାନଙ୍କର କୌଣସି ପତ୍ତା ନମିଳିବାରୁ ନକ୍ସଲ ଏମାନଙ୍କୁ ଅପହରଣ କରିନେଥିବା ସ୍ପଷ୍ଟ ହୋଇଥିଲା। ତେବେ ଇଂଜିନିୟର ଲାକ୍ରାଙ୍କୁ ଖୋଜିବାକୁ କିଛି ଲୋକ ଜଙ୍ଗଲକୁ ଯାଇଥିବା ଜଣାପଡିଛି। ନକ୍ସଲଙ୍କ ତରଫରୁ ମଧ୍ୟ ଏମାନଙ୍କୁ ଅପହରଣ କରିନେଇଥିବା ନେଇ କୌଣସି ସ୍ପଷ୍ଟୀକରଣ ପ୍ରଦାନ କରାଯାଇ ନାହିଁ। ପୁଲିସ ଏନେଇ ତଦନ୍ତ କରୁଥିବା ପ୍ରକାଶ କରିଛି।

The post ଇଂଜିନିୟର ଏବଂ ପିଅନକୁ ଅପହରଣ କଲେ ନକ୍ସଲ first appeared on Sambad.

from ଜିଲ୍ଲା | Sambad https://ift.tt/3Dny8x6