
ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସ ଆଜି ୫୦ କିଲୋ ଗଞ୍ଜେଇ ସହ ଦୁଇଟି ବାଇକ୍ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଆଜି ସକାଳ ୬.୪୫ ସମୟରେ ଥାନା ନିକଟସ୍ଥ ଚେକିଂ ପୋଷ୍ଟରେ ଡ୍ୟୁଟି କରୁଥିବା ବେଳେ ଦୁଇଜଣ ବାଇକ୍ ଆରୋହୀକୁ ସନ୍ଦେହ କରି ସେମାନଙ୍କ ତଲାସୀ ନେଇଥିଲେ। ଉଭୟଙ୍କ ପାଖରୁ ଦୁଇଟି ଜରି ବସ୍ତାରେ ୫୦ କିଲୋ ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଦୁହିଁଙ୍କୁ ବୈପାରିଗୁଡା ପୁଲିସ ଗିରଫ କରିଛି। ଚାଲାଣକାରୀ ଦୁଇଜଣ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ଥାନା ଅଞ୍ଚଳର ଜାମଡିହି ଗ୍ରାମର ଦେଓଲାଲ ଗଣ୍ଡା ଏବଂ ସୁମିତରାମ ରାଉତ ବୋଲି ପୁଲିସ ଆଇଆଇସି ଈଶ୍ଵର ତାଣ୍ଡୀ ପ୍ରକାଶ କରିଛନ୍ତି।
ସେମାନେ ମାଲକାନଗିରି ରାସ୍ତାରୁ ବୈପାରିଗୁଡା ଦେଇ ନବରଙ୍ଗପୁର ଜିଲ୍ଲାକୁ ଚାଲାଣ କରୁଥିଲେ। ସେମାନଙ୍କୁ ଗିରଫ କରିବା ସହ ଦୁଇଟି ବାଇକ୍ ମଧ୍ୟ ଜବତ କରିଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ତାଣ୍ଡୀ ସୂଚନା ଦେଇଛନ୍ତି।
The post ୫୦ କିଲୋ ଗଞ୍ଜେଇ ସହ ୨ ବାଇକ୍ ଜବତ, ଦୁଇ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3xEUbNY
0 Comments