
ସମ୍ବଲପୁର: ଚଳିତ ଶିକ୍ଷାବର୍ଷରେ ସର୍ବଭାରତୀୟ ‘ନିଟ୍-୨୦୨୧’ ପ୍ରବେଶିକା ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ସମ୍ବଲପୁରର ‘ବିରାଟ୍’ ଶିକ୍ଷାନୁଷ୍ଠାନରୁ ୨୨ ଜଣ ଛାତ୍ରଛାତ୍ରୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ସେମନେ ବିଭିନ୍ନ ସରକାରୀ ମେଡିକାଲ କଲେଜରେ ସିଟ୍ର ସମ୍ଭାବନା ରଖିଛନ୍ତି।
ଏ ବର୍ଷ ‘ନିଟ୍-୨୦୨୧’ ଫଳାଫଳରେ ବିରାଟ୍ରୁ ୬୬୫ ନମ୍ବର ସହ ବିଜୟିନୀ ମହାପାତ୍ର ବିରାଟ୍ ଟପ୍ପର ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବିରାଟ୍ ଅଧ୍ୟକ୍ଷ ରାହୁଲଲ୍ ରାଜ୍ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ଅଭିନନ୍ଦନ ଜଣାଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ ଓ ଅଧ୍ୟାପକଙ୍କ ନିଷ୍ଠାକୁ ସଫଳତାର ଶ୍ରେୟ ଦେଇଛନ୍ତି।
ଏ ବର୍ଷ ନିଟ୍, ଜେଇଇ, ଓୟୁଏଟି, ଆଇଜର୍, ନାଇଜର୍ ପ୍ରସ୍ତୁତି ପାଇଁ ଯୁକ୍ତ ଦୁଇ ପାସ୍ ଛାତ୍ରଛାତ୍ରୀଙ୍କ ଲାଗି ଟାର୍ଗେଟ୍ ବ୍ୟାଚ୍ର ଶେଷ ପର୍ଯ୍ୟାୟ ଆଡମିଶନ ସୂଚନା ମଧ୍ୟ ବିରାଟ୍ ତରଫରୁ ଦିଆଯାଇଥିଲା।
The post ‘ନିଟ୍-୨୦୨୧’ ଫଳାଫଳ ପ୍ରକାଶିତ: ବିରାଟ ଛାତ୍ରଛାତ୍ରୀଙ୍କ ବାଜିମାତ୍ first appeared on Sambad.from ଜିଲ୍ଲା | Sambad https://ift.tt/3mQHqw5
0 Comments