ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ସଗଡ଼ା ଜଙ୍ଗଲରେ ଗତ ୭ ତାରିଖ ସକାଳ ପ୍ରାୟ ୫ଟା ୧୫ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏସ୍‌ଓଜି ଯବାନ ଓ ଡିଭିଏଫ୍ ପୁଲିସ ମିଳିତ କମ୍ବିଂ ବେଳେ ଏହି ଘଟଣା ଘଟିଥିଲା। ମାଓବାଦୀମାନେ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇ ଚାଲି ଯାଇଥିଲେ। ପୁଲିସର ସର୍ଚ୍ଚ ଅପରେସନ୍ ବେଳେ ଠାବ କରାଯାଇଥିବା ମାଓ କ୍ୟାମ୍ପରୁ ଗୋଟିଏ ରାଇଫଲ, ୪ ଜୀବନ୍ତ ଗୁଳି, ଗୋଟିଏ ମ୍ୟାଗାଜିନ୍ ପାଉଚ, ଗୋଟିଏ ଛତା, ୬ ପାଣି ଜାର୍, ଗୋଟିଏ ଟିଫିନ୍ କ୍ୟାରିୟର, ୨ ମେଡିସିନ୍ ବକ୍ସ, ୨ କମ୍ବଳ, ହଳେ ଚପଲ, ଗୋଟିଏ ବ୍ୟାଟେରି, ଗୋଟିଏ ଛୁରି, ଗୋଟିଏ ପଲିଥିନ୍ ଟେଣ୍ଟ୍ ଏବଂ ମାଓ ପୁସ୍ତିକା ଜବତ କରାଯାଇଛି। ଏହି କ୍ୟାମ୍ପରେ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ମାଓବାଦୀ ଥିବା ପୁଲିସ କହିଛି। ମଙ୍ଗଳବାର ସନ୍ଧ୍ୟାରେ କଳାହାଣ୍ଡି ପୁଲିସ ଏସ୍‌ପି ଡା. ଶ୍ରବଣା ବିବେକ ଏମ୍ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

The post ପୁଲିସ-ମାଓବାଦୀ ଗୁଳି ବିନିମୟ ଘଟଣା: ମାଓ କ୍ୟାମ୍ପ ଠାବ, ବହୁ ମାଓ ସାମଗ୍ରୀ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3bUmePd