ଡୁଙ୍ଗୁରିପାଲି: : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁରେ ସୋମବାର ରାତିରେ ଟ୍ରେନ୍ ଧକ୍କାରେ ୩ ଜଣ ବାଳକଙ୍କ ମୃତ୍ୟୁ ହୋଇଛି! ସଂପୃକ୍ତ ୩ ଜଣ ବାଳକ ରେଳଧାରଣାରେ ବସି ମୋବାଇଲରେ ଗେମ୍‌ ଖେଳୁଥିବା ସମୟରେ ଏକ ମାଲବାହୀ ଟ୍ରେନ୍ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ, ଘଟଣାସ୍ଥଳ‌ରେ ସେମାନଙ୍କ ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

ଘଟଣା ସମ୍ପର୍କରେ ଡୁଙ୍ଗୁରିପାଲି ଥାନା ପୁଲିସ ଏବଂ ରେଳବାଇ ପୁଲିସକୁ ପଚରାଯିବାରୁ ଏ ଭଳି କୌଣସି ଖବର ନଥିବା କିମ୍ବା ସଂପୃକ୍ତ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା କୁହାଯାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ପୁଲିସ କିମ୍ବା ଜିଆରପି ପାଖରେ ଖବର ନଥିବା ଆଶ୍ଚର୍ଯ୍ୟ କଥା ବୋଲି ଏହି ଅଂଚଳରେ ଚର୍ଚ୍ଚା ହେଉଛି। କେଉଁ କାରଣରୁ ସଂପୃକ୍ତ ବାଳକଙ୍କ ପରିବାର ଲୋକେ ପୁଲିସରେ ସୂଚନା ଦେଇନାହାନ୍ତି, ସେନେଇ ନାନାପ୍ରକାର ଆଲୋଚନା ହେଉଛି। ଅନ୍ୟପକ୍ଷରେ, ସଂପୃକ୍ତ ୩ ଜଣ ବାଳକଙ୍କ ଲାଇଭ୍‌ ଫଟୋ ମଧ୍ୟ ହ୍ବାଟ୍‌ସଅପ୍‌ ମାଧ୍ୟମରେ ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି।

The post ଟ୍ରେନ ଧକ୍କାରେ ୩ ବାଳକ ମୃତ! ପୁଲିସ କି ଜିଆରପି ପାଖରେ ସୂଚନା ନାହିଁ first appeared on Sambad.

from ଜିଲ୍ଲା | Sambad https://ift.tt/3nJNc2J