
ଭଞ୍ଜନଗର: ଘୁମୁସର ଫୋଟ ଗ୍ରାଫର ଆସୋସିଏସନ ଏକ ବୈଠକ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କରୋନା ମହାମାରୀ ସମୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ଦେଇଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ହେଲପିଙ୍ଗ୍ ହ୍ୟାଣ୍ଡର ସଦସ୍ୟଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରରେ ଅନୁଷ୍ଠାନର ସଭାପତି ଜୟକୃଷ୍ଣ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଚକ୍ରପାଣି ପ୍ରଧାନ,ସମ୍ପାଦକ ସାଗର ବେହେରା, ଉପଦେଷ୍ଟା ବିରଞ୍ଚି ପ୍ରସାଦ ମିଶ୍ର ଓ ସୁଧୀର ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ।
ଆଗାମୀ ଦିନରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଚକ୍ଷୁ ରୋଗୀଙ୍କ ସୁବିଧା ଦୃଷ୍ଟିରୁ ସଂଘ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଫୋଟ ଗ୍ରାଫର ମାନେ ସବୁ କାର୍ଯ୍ୟରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଉତ୍ତମ ସେବା ପ୍ରଦାନ କରିବାକୁ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ। ଏଥିରେ ସମୀର ସ୍ଵାଇଁ,ନିରଞ୍ଜନ ପ୍ରଧାନ,ସମୀର ବେହେରା,ସୁକୁ ମହାନ୍ତି,ସୁଶାନ୍ତ,ସିପୁ,ଅନୀଲ ଓ ଅନ୍ୟମାନେ ସହଯୋଗ କରିଥିଲେ।
The post ଘୁମୁସର ଫଟୋଗ୍ରାଫର ଆସୋସିଏସନ୍ର ବୈଠକ first appeared on Sambad.
from ଜିଲ୍ଲା | Sambad https://ift.tt/3DvPjgp
0 Comments