
ମାଲକାନଗିରି: ମାଲକାନଗିରି ସ୍ଥିତି ସଂସ୍କୃତି ଭବନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର ତଥା ଦୁଷ୍କର୍ମ ପୀଡିତାଙ୍କୁ ସହାୟତା ରାଶି ପ୍ରଦାନ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କ ସମତେ ଅଧ୍ୟାପକ ଡଃ. ରଂଜନ କୁମାର ସ୍ବାଇଁ ଉପସ୍ଥିତ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଆଇନଜୀବୀ ମାନେ ଅତିରିକ୍ତ ଜିଲ୍ଲାପାଳ ସମେତ ଅଧ୍ୟାପକଙ୍କୁ ବିରୋଧ କରିଥିଲେ। କାରଣ ଅତିରିକ୍ତ ଜିଲ୍ଲାପାଳ ଓକିଲ ମାନଙ୍କର ଉନ୍ନତି ମୂଳକ କାମକୁ କେବେ ମଧ୍ୟ ସହଯୋଗ କରି ଆସୁ ନାହାଁନ୍ତି।
ସେମାନଙ୍କର ଯେକୌଣସି କାର୍ଯ୍ୟକୁ ଅଣଦେଖା କରୁଛନ୍ତି, ବାରମ୍ବାର ଆଇନଜୀବୀ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏନେଇ ଅନୁରୋଧ କରୁଥିଲେ ମଧ୍ୟ ସମସ୍ତ ଫାଇଲକୁ ନିଜ ପାଖରେ ପକାଇ ରଖୁଥିବା ଓ ସେହିପରି ଯେଉଁ ଅଧ୍ୟାପକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି ତାଙ୍କ ନାମରେ ମାମଲା ରହିଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବସିବାର ଯୋଗ୍ୟତା ନାହିଁ ବୋଲି ଓକିଲ ମାନେ ଯୁକ୍ତି ବାଢିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କୁ ଓକିଲ ମାନେ ଠେଲାପେଲା ମଧ୍ୟ କରିଥିଲେ। ପରେ ଉତ୍ତେଜନା ହେବାରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଏବଂ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଦୁଇ ପକ୍ଷଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। ପରେ ଅଧ୍ୟାପକଙ୍କୁ ସେହି କାର୍ଯ୍ୟକ୍ରମରୁ ହଟାଇ ଦିଆଯାଇଥିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବୁଝାସୁଝା କରିଥିଲେ ଓକିଲ ମାନେ।
The post ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟକ୍ରମରେ ପ୍ରଶାସନ ଓ ଓକିଲ ସଂଘ ମଧ୍ୟରେ ଟଣାଓଟରା first appeared on Sambad.from ଜିଲ୍ଲା | Sambad https://ift.tt/30niBz2
0 Comments