
ପଣ୍ତାପଡ଼ା : ପଣ୍ତାପଡ଼ା ଥାନା ବୁଢ଼ାଖମଣ ପଞ୍ଚାୟତ ନଳପଙ୍ଗାରେ ୧୪୪ ଧାରା ଲାଗିଥିବା ବିବାଦୀୟ ଜମିରେ ଗତକାଲିଠାରୁ ପ୍ରଶାସନ ପକ୍ଷରୁ ଧାନକଟା ଆରମ୍ଭ ହୋଇଛି। କୁଡୁମି ସମ୍ପ୍ରଦାୟଙ୍କ ପଟ୍ଟାଭୁକ୍ତ ଜମିକୁ ଚିହ୍ନଟ କରାଯାଇ ଧାନକଟା ଯାଉଛି। ଗତକାଲି ୩ଟି ପ୍ଲଟକୁ ଚିହ୍ନଟ କରାଯାଇ ୭ଜଣ ଶ୍ରମିକଙ୍କ ଦ୍ବାରା ଧାନକଟା ଯାଇଥିଲା। ଆଜି ୭ଟି ପ୍ଲଟକୁ ଚିହ୍ନଟ କରାଯାଇ ୧୮ଜଣ ଶ୍ରମିକଙ୍କ ଦ୍ବାରା ଧାନ କଟାଯାଇଛି। ହରିଚନ୍ଦନପୁର ତହସିଲଦାର ପ୍ରଶାନ୍ତ କୁମାର ସେଠୀ ନିଜେ ଉପସ୍ଥିତ ରହି ଧାନ ବିଡ଼ା ବାନ୍ଧିଛନ୍ତି। ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଣ୍ତାପଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀଙ୍କ ସମେତ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।
The post ୧୪୪ ଧାରା ଲାଗିଥିବା ବିବାଦୀୟ ଜମିରୁ ଧାନ କାଟିଲା ପ୍ରଶାସନ first appeared on Sambad.from ଜିଲ୍ଲା | Sambad https://ift.tt/3opMqaj
0 Comments