ବୈପାରିଗୁଡା: ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ଉଦଘାଟନ କରିଥିଲେ। ଜିଲ୍ଲାସ୍ତରରୁ ବିଭିନ୍ନ ବିଭାଗରୁ ବିଶେଷଜ୍ଞ ମାନେ ଉପସ୍ଥିତ ରହି ଉପସ୍ଥିତ ଭିନ୍ନକ୍ଷମ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଅସ୍ଥିଶଲ୍ୟର ୧୭୬, ମାନସିକ ଅଗ୍ରସର ୫୦, ଶ୍ରବଣ ଶକ୍ତି ବଧିତ ୬୫, ଦୃଷ୍ଟି ଶକ୍ତି ବଧିତ ୫୬ ସମୁଦାୟ ୩୪୭ ଜଣଙ୍କର ପଞ୍ଜୀକରଣ କରାଯାଇଥିବା ଜଣାପଡ଼ିଛି। ଏହି ଶିବିରରେ କୋରାପୁଟ ବିଧାୟକ ରଘୁରାମ ପାଡାଲ ଉପସ୍ଥିତ ରହି ୧୬ ଜଣ ଭିନ୍ନକ୍ଷମଙ୍କୁ ତିନିଚକିଆ ସାଇକେଲ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆକାଉଣ୍ଟ ଅଫିସର ଶିବରାମ ମେହେର, ସିଡିପିଓ ଜି. ସୀତା କୁମାରୀ, ସରପଞ୍ଚ ଭାଗିରଥୀ ମୁର୍ଜିଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୀମାଞ୍ଚଳ ମହାପାତ୍ର, ଏସ୍ଏସ୍ଏସ୍ଓ ସୈାଦାମିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ଫ୍ରେଣ୍ଡସ ୟୁନିଟ୍ କ୍ଲବ, ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ, ହର୍ଷାଟ୍ରଷ୍ଟ, ପ୍ରୟାସଙ୍କ ସମେତ ସ୍ଥାନୀୟ ଜୁନିଅର କଲେଜ, ଡିଗ୍ରୀ କଲେଜ, ଅଂଗନବାଡି କର୍ମୀ ଏବଂ ଶିକ୍ଷକ ସହଯୋଗ କରିଥିଲେ।

The post ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ first appeared on Sambad.

from ଜିଲ୍ଲା | Sambad https://ift.tt/3HqNSC5