ଜୟପୁର: ଅନ୍ୟଙ୍କ ପାଇଁ ଅଦରକାରୀ ଏବଂ ମଇଳା। ଏହା କିନ୍ତୁ ୨ଜଣଙ୍କ ପରିବାରର ବଞ୍ଚିବାର ରାହା ପାଲଟିଛି। ଡମ୍ପୟାର୍ଡ ମଇଳା ମଧ୍ୟରୁ ଜୀବନକୁ ସାଉଁଟୁଛନ୍ତି ସୀମା ବେନିଆ ଓ ଗଣେଷ ଖୋସ୍ଲା। ଏହି ଦୁଇ ଜଣଙ୍କର ହିଁ ନୁହେଁ ବୁଲା ଗାଇ ଓ କୁକୁରଙ୍କର ବି ଏହା ଖାଦ୍ୟ ଖୋଜିବାର ପ୍ରମୁଖ ସ୍ଥାନ ପାଲଟିଛି। ସୀମା ଓ ଗଣେଷଙ୍କର ଘର ପୋଡାଗଡ଼ ନିକଟର ନିରାନିଗୁଡ଼ା ଗ୍ରାମରେ। ଏମସିସି କମ୍ ୱେଲ୍‌ଥ ସେଣ୍ଟର ନିକଟରେ କରାଯାଇଥିବା ଡମ୍ପୟାର୍ଡ ମଇଳାରୁ ପ୍ଲାଷ୍ଟିକ ଡ଼ବା, ଡକୁ, ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଖୋଜି ଖୋଜି ବାହାର କରି ଜମା କରି ରଖୁଛନ୍ତି। ତାହାକୁ ନେଇ କୱାଡ଼ିୱାଲାଙ୍କ ନିକଟରେ ବିକ୍ରି କରି ଯାହା କିଛି ମିଳୁଛି ସେତିକି ଟଙ୍କାକୁ ଜମା ରଖି ନିଜ ପରିବାର ନିକଟକୁ ପଠାଉଥିବା କହିଛନ୍ତି।

ଏହି ଏମସିସି ସେଣ୍ଟର ସମ୍ମୁଖ ଡମ୍ପୟାର୍ଡରେ ଦିନ ତମାମ ମଇଳା ପଡ଼ି ରହିବା ଫଳରେ ଅଞ୍ଚଳରେ ପୁତ୍ତିଗନ୍ଦମୟ ପରିବେଶ ସୃଷ୍ଟି କରୁଛି। ତା’ ସାଙ୍ଗକୁ ଜୀବନର ରାହା ଖୋଜୁ ଖୋଜୁ ସୀମା ଓ ଗଣେଷର ସ୍ବାସ୍ଥ୍ୟ ଉପରେ ବି ପ୍ରଭାବ ପଡ଼ିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ପ୍ରଶାସନ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।

The post ମଇଳାରେ ଜୀବନ ସାଉଁଟୁଛନ୍ତି ସୀମା ଓ ଗଣେଷ first appeared on Sambad.

from ଜିଲ୍ଲା | Sambad https://ift.tt/3o5oeex