
ବାଲିକୁଦା : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିକୁଦା ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ଚୋରମାନେ ୭ଟି ସ୍ଥାନରୁ ଚୋରି କରିଛନ୍ତି। କିଛି ଦିନ ହେବ ଅଞ୍ଚଳରେ ଚୋରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି।
ସାଉଡିଆ ପଞ୍ଚାୟତ ଅନ୍ତର୍ଗତ ତାଳୁଆ ଗ୍ରାମର କୀର୍ତ୍ତନ ବିହାରୀ ଜେନା, ଫକିର ମୋହନ ପ୍ରଧାନ, ରତ୍ନାକର ମହାରଣା, ବୈଷ୍ଣବ ପରିଡା,କେଶବ ଚନ୍ଦ୍ର ଦଳାଇ, ଜଗବନ୍ଧୁ ଦାସ ଓ ନଟବର ମହାଳିକଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଥିବା ସୂଚନା ମିଳିଛି। କୀର୍ତ୍ତନ ବିହାରୀ ଜେନାଙ୍କ ଦୋକାନ ଘରର ତାଲା ଖୋଲି ଚୋରମାନେ ନଗଦ ୫ ହଜାର ଟଙ୍କା, ଜିନିଷ ପତ୍ର ଓ ୯ଟି ମୋବାଇଲ ନେଇଯାଇଛନ୍ତି। ସେହିଭଳି ଫକିର ମୋହନ ପ୍ରଧାନଙ୍କ ଘରୁ ନଗଦ ୧୦ ହଜାର ଟଙ୍କା, ରୁପା ଗହଣା, ଲୁଗାପଟା ନେଇଯାଇଥିବା ସୂଚନା ମିଳିଛି। କେଶବ ଦଳାଇଙ୍କ କ୍ୟାବିନ ଭାଙ୍ଗି ଖୁଚୁରା ଟଙ୍କା ଓ ଜିନିଷପତ୍ର, ଜଗବନ୍ଧୁ ଦାସ ଓ ନଟବର ମହାଳିକଙ୍କ ଘରୁ ପିତ୍ତଳ ବାସନ ଇତ୍ୟାଦି ନେଇଯାଇଛନ୍ତି। ପରିବାର ବର୍ଗ ଶୋଇଥିବା କୋଠରୀର ବାହାର ପଟୁ ବନ୍ଦ କରି ଲୁଟପାଟ କରିଛନ୍ତି। ଏନେଇ କୀର୍ତ୍ତନ ବିହାରୀ ଜେନା ଓ ଫକିର ମୋହନ ପ୍ରଧାନ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
The post ଗୋଟିଏ ରାତିରେ ୭ ସ୍ଥାନରୁ ଚୋରି first appeared on Sambad.from ଜିଲ୍ଲା | Sambad https://ift.tt/31YkPph
0 Comments