ଖୋର୍ଦ୍ଧା: ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଳାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି’’ ୨୦୨୧ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବକ୍ସିଜଗବନ୍ଧୁ ଉଚ୍ଚବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଳା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ୍ ଗୌହର ଅଲ୍ଲୀ, ଜିଲ୍ଳା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ସମସ୍ତ ଶିକ୍ଷା ଅଧିକାରୀ ମଞ୍ଚାସୀନ ଥିଲେ। ବନ୍ଦନା ମହାପାତ୍ରଙ୍କ ପ୍ରସ୍ତୁତ “ମୋ କଥା’’ର ଲୋକାର୍ପଣ କରାଯାଇଥିଲା। ଶିଶୁ ମହୋତ୍ସବ ନିମନ୍ତେ ମଣ୍ଡଳ ଓ ଜିଲ୍ଲାସ୍ତରରେ ହୋଇଥିବା ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ଏକକ ସଂଗୀତ, ଗୋଷ୍ଠୀ ସଂଗୀତ, ନୃତ୍ୟ ଆଦି ପ୍ରତିଯୋଗିତାରେ ୧୫ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Sambad

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ୱାଗତ ଭାଷଣ ଦେଇଥିଲେ। ବକ୍ସି ଜଗବନ୍ଧୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଲ୍ଲୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଅଖିଳେଶ ମହାପାତ୍ର, ଅନୁସୂଚିତ ଜାତି ଓ ଜନଜାତିର ସଂଯୋଜିକା ସୁନୀତା ପଟ୍ଟନାୟକ ପରିଚାଳନା କରିଥିଲେ। କୃତୀ ଦିବ୍ୟାଙ୍ଗ ଛାତ୍ରୀ ଆଶା ବାହାଦୁର ଗୁରୁମାଙ୍କ ଦ୍ୱାରା ପରିବେଷିତ ଜଗତରନାଥ ଜଗନ୍ନାଥ… ଭଜନ ସମସ୍ତଙ୍କୁ ମୁଗ୍ଧ କରିଥିଲା।

The post ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି first appeared on Sambad.

from ଜିଲ୍ଲା | Sambad https://ift.tt/3wYZGXD